କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଜାରି କଲା ଷ୍ଟାର କ୍ୟାମ୍ପେନର ତାଲିକା । ମୋଦି, ଶାହଙ୍କ ସମେତ ପ୍ରଚାର କରିବେ ୪୦ ଜଣ ହେଭିୱେଟ୍‌ । ତାଲିକାରେ ରହିଛନ୍ତି ଦୁଇ ଜଣ ଓଡ଼ିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁ ଏହି ତାଲିକାରେ ରହିଛି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ରାଜନାଥ ସିଂହ, ନୀତିନ ଗଡ଼କରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ପ୍ରମୁଖ ରହିଛନ୍ତି । ତେବେ ଚଳିତ ନିର୍ବାଚନରେ ଆପକୁ ଗାଦିଚ୍ୟୁତ କରି ଦିଲ୍ଲୀ ଆସନ ଦଖଲ ପାଇଁ ପୂରା ବଳ ଲଗାଇଛି ବିଜେପି । ଦୁର୍ନୀତିକୁ ମୁଦ୍ଦା କରି ଲୋକଙ୍କ ଭୋଟ ହାତେଇବାକୁ ହୋଇଛି ଯୋଜନା । ଏଥିପାଇଁ ଆଜି ହେଭିୱେଟ ମାନଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ଦାୟିତ୍ବ ଦିଆଯାଇଛି । ବିଭିନ୍ନ ନିର୍ବାଚନ ମଣ୍ଡଳି ଯାଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏହି ହେଭିୱେଟ୍‌ ।