ରାସ୍ତା ପାଇଁ କାଟିଦେଲେ ଶହ ଶହ ଗଛ, ରାସ୍ତା ପ୍ରଶସ୍ତୀକରଣ ନାଁରେ ୯୩୩ ଗଛ କାଟି ସଫା କରିଦେଲା ପୂର୍ତ୍ତ ବିଭାଗ

 ୯୩୩ ଗଛ ପ୍ରତି ବଦଳରେ ୨ ଗୁଣ ଅର୍ଥାତ ୧୮୬୬ଟି ଗଛ ଲଗାଇବା ପାଇଁ ଅର୍ଥିକ ଅନୁଦାନ ଦିଆଯାଇଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ବୃକ୍ଷରୋପଣ ପାଇଁ ଆସିଥିବା ଟଙ୍କାରେ ସେହି ସ୍ଥାନରେ ଗଛ ଲଗାଯିବ କି ଅନ୍ୟ କେଉଁଠି ତାକୁ ନେଇ ଦ୍ୱନ୍ଦ୍ୱରେ ଲୋକେ । 

14

କନକ ବ୍ୟୁରୋ : ଶହଶହ ଗଛ ଗଣ୍ଡି ପଡ଼ିଛି । ଆହୁରି କଟା ଚାଲିଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସରାଗୁଡା ଠାରୁ ଧୋଡ଼ରା ରାଜ୍ୟ ରାଜପଥର ଏହି ଚିତ୍ର ଖୁବ୍‌ ଚିନ୍ତାଜନକ । ପୂର୍ତ୍ତ ବିଭାଗ ପକ୍ଷରୁ ୫୫ କୋଟି ବ୍ୟୟରେ ରାଜପଥ ପ୍ରଶସ୍ତୀକରଣ ଓ ନବୀକରଣ କରାଯାଉଛି । ସେଥିପାଇଁ ଫଳନ୍ତି ଓ ଔଷଧୀୟ ଗଛକୁ କାଟି ଦିଆଯାଇଛି । ଶହଶହ ବର୍ଷର ପୁରୁଣା ଗଛକଟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା ଓ ପରିବେଶବିତ୍‌ ।

 ୯୩୩ ଗଛ ପ୍ରତି ବଦଳରେ ୨ ଗୁଣ ଅର୍ଥାତ ୧୮୬୬ଟି ଗଛ ଲଗାଇବା ପାଇଁ ଅର୍ଥିକ ଅନୁଦାନ ଦିଆଯାଇଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ବୃକ୍ଷରୋପଣ ପାଇଁ ଆସିଥିବା ଟଙ୍କାରେ ସେହି ସ୍ଥାନରେ ଗଛ ଲଗାଯିବ କି ଅନ୍ୟ କେଉଁଠି ତାକୁ ନେଇ ଦ୍ୱନ୍ଦ୍ୱରେ ଲୋକେ । 

 ବର୍ତ୍ତମାନ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଅନୁଭୂତ ହେଉଛି, ସେହି ସମୟରେ ବୃକ୍ଷଛେଦନର ପରିଣାମ ଆଗକୁ ଭୟଙ୍କର ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe