ରଥଯାତ୍ରା ପାଇଁ ପୁରୀରେ ଲାଗିବ ୨୭୫ ଏଆଇ କ୍ୟାମେରା, ଡ୍ରୋନ୍ ସହାୟତାରେ ହେବ ଟ୍ରାଫିକ୍ ପରିଚାଳନା

Advertisment

ଦୁଇ ଉପମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଓ  ସଂସ୍କୃତି ମନ୍ତ୍ରୀଙ୍କ ସମେତ ପୁରୀ ଜିଲ୍ଲାର ବିଧାୟକ ଓ ସାଂସଦ ବୈଠକରେ ଉପସ୍ଥିତ ଥିଲେ। ପୋଲିସ, ଅଗ୍ନିଶମ,  ସ୍ୱାସ୍ଥ୍ୟ, ପାନୀୟ ଜଳ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ରଥଯାତ୍ରା ପାଇଁ ଆଜି ସୁଦ୍ଧା କିଭଳି ପ୍ରସ୍ତୁତି କରାଯାଇଛି,

dgffhjhjfg

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶେଷ ସମନ୍ବୟ ବୈଠକ । ପୁରୀରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ଦୁଇ ଉପମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଓ  ସଂସ୍କୃତି ମନ୍ତ୍ରୀଙ୍କ ସମେତ ପୁରୀ ଜିଲ୍ଲାର ବିଧାୟକ ଓ ସାଂସଦ ବୈଠକରେ ଉପସ୍ଥିତ ଥିଲେ। ପୋଲିସ, ଅଗ୍ନିଶମ,  ସ୍ୱାସ୍ଥ୍ୟ, ପାନୀୟ ଜଳ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ରଥଯାତ୍ରା ପାଇଁ ଆଜି ସୁଦ୍ଧା କିଭଳି ପ୍ରସ୍ତୁତି କରାଯାଇଛି, ତାର ଚୂଡାନ୍ତ ରିପୋର୍ଟ ଦେଇଛନ୍ତି ବିଭିନ୍ନ ଅଧିକାରୀ । ଠିକ୍ ସମୟରେ ଯେପରି ଠିକ୍ ନୀତିକାନ୍ତି ମହାପ୍ରଭୁଙ୍କର ହୋଇପାରିବ ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।

ସେପଟେ ବୈଠକରେ ସାମିଲ ହୋଇଥିବା ଡିଜିପି ବୈଠକ ପରେ କହିଛନ୍ତି କି, ରଥଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ବେଳେ ପୂରା ପୁରୀକୁ ୨୭୫ ଟି ଏଆଇ କ୍ୟାମେରା ଜଗିବ । ଏହାସହ ଡ୍ରୋନ୍ ସହାୟତାରେ ଟ୍ରାଫିକ୍ ପରିଚାଳନା କରାଯିବ । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରିବା ଓ ପରିଚାଳନା କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ରଥଯାତ୍ରାରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe