କନକ ବ୍ୟୁରୋ: ପାକିସ୍ତାନ ଲିଙ୍କରେ ବନ୍ଧା ହୋଇଥିବା ଜ୍ୟୋତିଙ୍କୁ ନେଇ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି । ଗତ ୧୦ ଦିନ ମଧ୍ୟରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଲିଙ୍କରେ ଅନେକ ଯୁବକ ଓ ଯୁବତୀଙ୍କୁ ହେପାଜତକୁ ନିଆଯାଇଛି । ଯେଉଁମାନେ ଭାରତରେ ରହୁଥିଲେ ଏବଂ ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିଲେ । ଏବେ ଏନଆଇଏ ଏହି ମାମଲାର ତଦନ୍ତ କରୁଥିବା ବେଳେ ଜୋରସୋରରେ ଖୋଜୁଛି ପ୍ରମାଣ । ଏମାନଙ୍କ ବିରୋଧରେ ପ୍ରମାଣ ମିଳିଲେ ବିଏନଏସ ଧାରାରେ ମାମଲା ରୁଜୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ତେବେ ଭାରତର ସୁରକ୍ଷାକୁ ବିପଦରେ ପକାଇଲେ କ’ଣ କ’ଣ ଧାରା ଲାଗିପାରେ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ତାହା ଉପରେ ନଜର ପକାନ୍ତୁ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି
କେଉଁ ଧାରାରେ, କଣ ଦଣ୍ଡ?
ଧାରା ୧୫୨- ବିଏନଏସ୍
ଦେଶଦ୍ରୋହ ଓ ଦେଶ ବିରୋଧୀ ଗତିବିଧି ସମ୍ବନ୍ଧୀୟ ମାମଲାରେ ଏହି ଧାରା ଲାଗେ
ଭାରତର ଅଖଣ୍ଡତା, ସୁରକ୍ଷାକୁ ବିପଦରେ ପକାଇଲେ ଏହି ଧାରା ଲାଗିଥାଏ
ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳିଥାଏ
ଧାରା ୧୪୭- ବିଏନଏସ
ଦେଶ ବିରୋଧରେ ଯୁଦ୍ଧ କିମ୍ବା ଏଭଳି ଗତିବିଧିରେ ଲିପ୍ତ ରହିଥିଲେ
ଶତ୍ରୁ ଦେଶକୁ ସହାୟତା ପାଇଁ ଗୁଇନ୍ଦାଗିରି କରୁଥିଲେ ଏହି ଧାରା ଲାଗିଥାଏ
ପ୍ରମାଣ ମିଳିଲେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳିଥାଏ
ଧାରା ୧୪୮ – ବିଏନଏସ୍
ଗୁପ୍ତଚର ଭାବେ ଭାରତ ବିରୋଧରେ ଷଡଯନ୍ତ୍ର ଅପରାଧରେ ସାମିଲ ଥିଲେ
ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାବାସ ନଚେତ୍ ୭ ବର୍ଷ କାରାବାସ
ଧାରା ୩- ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩
ଗୁପ୍ତ ସୂଚନା ଭୁଲ ଉପାୟରେ ହାସଲ କରି ବିଦେଶୀ ଏଜେଣ୍ଟକୁ ପ୍ରଦାନ କରିବା
ପ୍ରମାଣ ମିଳିଲେ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ
ଧାରା ୪- ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩
ବିଦେଶ ଏଜେଣ୍ଟ କିମ୍ବା ଶତ୍ରୁପକ୍ଷ ସହ ସମ୍ପର୍କ ରଖି ଦେଶର ସୁରକ୍ଷାକୁ ବିପଦରେ ପକାଇ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ
ଧାରା ୫- ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩
ଗୋପନୀୟ ତଥ୍ୟ ଅନଧିକୃତ ଭାବେ ହାସଲ କରି ଏହାର ଦୂରୁପଯୋଗ କରୁଥିଲେ
ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ନଚେତ୍ ଜରିମାନା ଦେବାକୁ ପଡିଥାଏ
ୟୁଏପିଏ
ଯଦି ଗୁଇନ୍ଦାଗିରି କରୁଥିବା ବ୍ୟକ୍ତି ଆତଙ୍କବାଦୀ ଗତିବିଧିରେ ଜଡିତ ରହିଥାନ୍ତି ୟୁଏପିଏ ଲାଗୁ ହୋଇଥାଏ । ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ମିଳିଥାଏ । କିଛି ନିର୍ଦ୍ଦିଷ୍ଟ ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରାବଧାନ ରହିଛି ।