ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । କଳାଘୋଡା ସହ ପଦ୍ମଫୁଲ ବେଶରେ କାଳିଆ ସାଆନ୍ତ ସଜେଇ ହେବାର ପରମ୍ପରା

 ମାଘ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ମହାପ୍ରଭୁଙ୍କୁ ପଦ୍ମବେଶରେ ବିଭୂଷିତ କରିବାର ବିଧି ରହିଛି।  ଶ୍ରୀଜିଉଙ୍କ ପଦ୍ମବେଶ ପାଇଁ ବେଙ୍ଗାରୁର ଜଣେ ଭକ୍ତ ଡକ୍ଟର ଦେବବ୍ରତ ଭୁବନେଶ୍ୱରରୁ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲ ଓ ତୁଳସୀ  ଆଣୁଥିବା ରାମଶରଣ ଦାସଜୀ ମହାରାଜ ତୁଳସୀ ବାବାଙ୍କ ହାତରେ ୧୨ ଶହ ପଦ୍ମଫୁଲ ପଠାଇଛନ୍ତି।

9úøiþúøiþú

9úøiþúøiþú Photograph: (9úøiþúøiþú)

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶ୍ରୀଜିଉ ଆଜି ପଦ୍ମବେଶରେ ବିଭୂଷିତ ହେବେ।  ଆଜି ରାତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହୋଇ ପହୁଡ଼ ଯିବେ। ଆସନ୍ତାକାଲି ମଙ୍ଗଳ ଆଳତି ପର୍ୟ୍ୟନ୍ତ ଏହି ବେଶରେ ଦର୍ଶନ ମିଳିବ । ଏହିବେଶ ପାଇଁ ବେଙ୍ଗାଲୁରୁ ଜଣ ଭକ୍ତ ୧୨ ଶହ ପଦ୍ମଫୁଲ ପଠାଇଛନ୍ତି।... ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ। ପୁରୀରେ ସ୍ବତନ୍ତ୍ର ପ୍ରସ୍ତୁତି । ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ବଡ଼ଛତା ମଠ ପକ୍ଷରୁ ପଦ୍ମଫୁଲ ଓ ସୋଲରେ ଶ୍ରୀମୁଖ, ଡାଳୀ, ଶ୍ରୀହସ୍ତ ପଦ୍ମକଢ଼, ହଂସ, କରପଲ୍ଲବ ମାଳ, ଚୂଳ ଆଦି ପ୍ରସ୍ତୁତ ହୋଇଛି। ଆଜି ରାତିରେ ବଡ଼ ସିଂହାର ବେଶ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପଦ୍ମବେଶ ସଜାଇ ଦିଆଯିବ। ଆସନ୍ତାକାଲି ମଙ୍ଗଳ ଆଳତି ପର୍ୟ୍ୟନ୍ତ ଏହି ଦର୍ଶନ ମିଳବ ।

 ମାଘ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ମହାପ୍ରଭୁଙ୍କୁ ପଦ୍ମବେଶରେ ବିଭୂଷିତ କରିବାର ବିଧି ରହିଛି।  ଶ୍ରୀଜିଉଙ୍କ ପଦ୍ମବେଶ ପାଇଁ ବେଙ୍ଗାରୁର ଜଣେ ଭକ୍ତ ଡକ୍ଟର ଦେବବ୍ରତ ଭୁବନେଶ୍ୱରରୁ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲ ଓ ତୁଳସୀ  ଆଣୁଥିବା ରାମଶରଣ ଦାସଜୀ ମହାରାଜ ତୁଳସୀ ବାବାଙ୍କ ହାତରେ ୧୨ ଶହ ପଦ୍ମଫୁଲ ପଠାଇଛନ୍ତି।

 ପଦ୍ମବେଶ ପରେ ଶ୍ରୀଜିଉଙ୍କୁ କ୍ଷୀରୀ ଓ ଅମାଲୁ ଭୋଗ ଲାଗି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଦ୍ମବେଶ ଦର୍ଶନ ପାଇଁ ଆଜିଠାରୁ ପୁରୀରେ ଭିଡ଼ ଜମିଲାଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe