କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶ୍ରୀଜିଉ ଆଜି ପଦ୍ମବେଶରେ ବିଭୂଷିତ ହେବେ। ଆଜି ରାତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହୋଇ ପହୁଡ଼ ଯିବେ। ଆସନ୍ତାକାଲି ମଙ୍ଗଳ ଆଳତି ପର୍ୟ୍ୟନ୍ତ ଏହି ବେଶରେ ଦର୍ଶନ ମିଳିବ । ଏହିବେଶ ପାଇଁ ବେଙ୍ଗାଲୁରୁ ଜଣ ଭକ୍ତ ୧୨ ଶହ ପଦ୍ମଫୁଲ ପଠାଇଛନ୍ତି।... ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ। ପୁରୀରେ ସ୍ବତନ୍ତ୍ର ପ୍ରସ୍ତୁତି । ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ବଡ଼ଛତା ମଠ ପକ୍ଷରୁ ପଦ୍ମଫୁଲ ଓ ସୋଲରେ ଶ୍ରୀମୁଖ, ଡାଳୀ, ଶ୍ରୀହସ୍ତ ପଦ୍ମକଢ଼, ହଂସ, କରପଲ୍ଲବ ମାଳ, ଚୂଳ ଆଦି ପ୍ରସ୍ତୁତ ହୋଇଛି। ଆଜି ରାତିରେ ବଡ଼ ସିଂହାର ବେଶ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପଦ୍ମବେଶ ସଜାଇ ଦିଆଯିବ। ଆସନ୍ତାକାଲି ମଙ୍ଗଳ ଆଳତି ପର୍ୟ୍ୟନ୍ତ ଏହି ଦର୍ଶନ ମିଳବ ।
ମାଘ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ମହାପ୍ରଭୁଙ୍କୁ ପଦ୍ମବେଶରେ ବିଭୂଷିତ କରିବାର ବିଧି ରହିଛି। ଶ୍ରୀଜିଉଙ୍କ ପଦ୍ମବେଶ ପାଇଁ ବେଙ୍ଗାରୁର ଜଣେ ଭକ୍ତ ଡକ୍ଟର ଦେବବ୍ରତ ଭୁବନେଶ୍ୱରରୁ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲ ଓ ତୁଳସୀ ଆଣୁଥିବା ରାମଶରଣ ଦାସଜୀ ମହାରାଜ ତୁଳସୀ ବାବାଙ୍କ ହାତରେ ୧୨ ଶହ ପଦ୍ମଫୁଲ ପଠାଇଛନ୍ତି।
ପଦ୍ମବେଶ ପରେ ଶ୍ରୀଜିଉଙ୍କୁ କ୍ଷୀରୀ ଓ ଅମାଲୁ ଭୋଗ ଲାଗି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଦ୍ମବେଶ ଦର୍ଶନ ପାଇଁ ଆଜିଠାରୁ ପୁରୀରେ ଭିଡ଼ ଜମିଲାଣି।