କନକ ବ୍ୟୁରୋ : ଶିଳ୍ପାନୁଷ୍ଠାନମାନଙ୍କର ପାଉଁଶ ପରିଚାଳନାକୁ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । ଅନେକ ସ୍ଥାନରେ ଏହାକୁ ନେଇ ସାଧାରଣ ଜନତା ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି । ଶିଳ୍ପାନୁଷ୍ଠାନଗୁଡିକ ସେମାନଙ୍କ ଶିଳ୍ପରୁ ନିର୍ଗତ ପାଉଁଶର ସଠିକ୍ ପରିଚାଳନା କରୁନଥିବାରୁ ପରିବେଶ ପ୍ରତି ବିପଦ ଥିବା ଦାବି କରୁଛନ୍ତି ଅନେକ ପରିବେଶବିତ । ଏହା ମଧ୍ୟରେ ଆଜି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ରାଜ୍ୟ ସରକାର ଖୁବଶୀଘ୍ର ଶିଳ୍ପାନୁଷ୍ଠାନମାନଙ୍କ ପାଇଁ ପାଉଁଶ ପରିଚାଳନା ଉପରେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବେ । ଏହି ମାର୍ଗଦର୍ଶିକା ମୁତାବକ ଶିଳ୍ପାନୁଷ୍ଠାନଗୁଡିକ ସେମାନଙ୍କ ଆସପଣ୍ଡ ବା ପାଉଁଶ ପରିଚାଳନା କରିବେ ।