ଗଣେଶ ପୂଜା ପାଇଁ ଉତ୍ସବ ମୁଖର ମହାରାଷ୍ଟ୍ର, ପୁଣେରେ ଏକାସଙ୍ଗେ ଗଣେଶ ଆରତୀ କଲେ ୪୨ହଜାର ମହିଳା

Advertisment

ବର୍ଷକର ଅପେକ୍ଷା ଭକ୍ତଙ୍କ ଗହଣରେ ଗଣପତି । ସାରା ଦେଶ ଉତ୍ସବ ମୁଖର , ବିଶେଷ କରି ମହାରାଷ୍ଟ୍ରର ଗଣପର୍ବ ଭାବେ ଗଣେଷ ପୂଜା ଧୁମଧାମରେ ପାଳନ କରାଯାଉଛି।

ବର୍ଷକର ଅପେକ୍ଷା ଭକ୍ତଙ୍କ ଗହଣରେ ଗଣପତି । ସାରା ଦେଶ ଉତ୍ସବ ମୁଖର , ବିଶେଷ କରି ମହାରାଷ୍ଟ୍ରର ଗଣପର୍ବ ଭାବେ ଗଣେଷ ପୂଜା ଧୁମଧାମରେ ପାଳନ କରାଯାଉଛି।

alati

କନକବ୍ୟୁରୋ :ବର୍ଷକର ଅପେକ୍ଷା ଭକ୍ତଙ୍କ ଗହଣରେ ଗଣପତି । ସାରା ଦେଶ ଉତ୍ସବ ମୁଖର । ବିଶେଷ କରି ମହାରାଷ୍ଟ୍ରର ଗଣପର୍ବ ଭାବେ ଗଣେଷ ପୂଜା ଧୁମଧାମରେ ପାଳନ କରାଯାଉଛି। ଏହାରି ଭିତରେ ପୁଣେରୁ ଗଣେଷ ପୂଜାର ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି। ହଜାର ହଜାର ମହିଳା ଏକାଠି ହୋଇ ଗଜାନନଙ୍କ ପୂଜାର୍ଚ୍ଚନା କରୁଛନ୍ତି।

୪୨ ହଜାର ମହିଳା ଏକା ସାଙ୍ଗରେ ଗଣେଶ ଆରତି କରୁଥିବା ଦେଖିବାକୁ ମିଳିଛି । ଦଗୁସେଠ୍‌ ଗଣପତି ମନ୍ଦିର ଟଷ୍ଟ୍ର ପକ୍ଷରୁ ଏଭଳି ବିଶାଳ ଗଶେଶ ପୂଜାର ଆୟୋଜନ କରାଯାଇଛି। ମହରାଷ୍ଟ୍ରରେ ପୁରପଲ୍ଲୀରେ ଟୁ ସହର ସବୁଠି ଚାଲିଛି ବିଘ୍ନବିନାଶକଙ୍କ ଆରାଧନା । 

୧୦ଦିନ ଧରି ବେଶ ଧୁମଧାମରେ ପାଳନ କରିଯିବ ଗଣେଶଙ୍କ ପୂଜା । ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ପୂଜା ଦେଖିବାକୁ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ସଲମନ ଖାନ, ସଞ୍ଜୟ ଦତ୍ତଙ୍କଠୁ ଆରମ୍ଭ କରି ବଲିଉଡର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଗଣେଶ ପୂଜା ଉତ୍ସବ ମନାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe