କନକ ବ୍ୟୁରେ: ଦିନକୁ ଦିନ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ  ରୋଗୀଙ୍କ ସଂଖ୍ୟା ସାରା ବିଶ୍ୱରେ ବଢିବାରେ ଲାଗିଛି । ଆଜିର ଯୁବପିଢୀଠୁ ନେଇ ବୟସ୍କ ପର୍ଯ୍ୟନ୍ତ  ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ବର୍ତ୍ତମାନ ଏହା ଏପରି ଏକ ସମସ୍ୟା ହୋଇଯାଇଛ ଯେ ପ୍ରତ୍ୟେକ ବ୍ୟକ୍ତି ଡାଇବେଟିସ୍କୁ ନେଇ ଚିନ୍ତିତ । କାରଣ ଆରମ୍ଭରୁ ଏହାର ଉପଚାର ନ କଲେ ହାର୍ଟ ଆଟାକ୍ , ଷ୍ଟ୍ରୋକ୍ ଆଦିର କିଡନୀ ସମସ୍ୟା ଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ । । ଡାକ୍ତରଙ୍କ ପରାମର୍ଶ କ୍ରମେ ଏମାନଙ୍କୁ ବହୁତ ପ୍ରକାର ଖାଦ୍ୟ ମଧ୍ୟ ବାରଣ କରାଯାଇଥାଏ । କିନ୍ତୁ ଏପରି ଅନେକ ପ୍ରକାରର ଖାଦ୍ୟ ବା ମସଲା ଆମ ଭାରତୀୟ ମାନଙ୍କ ରନ୍ଧାଶାଳରେ ମିଳେ ।  ଯାହାକୁ ଆମେ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କିଛି ମସଲା ଯାହାକୁ ସେବନ କରିବା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ ।

Advertisment

. ଡାଲିଚିନିକୁ ଚା କରି ପିଇଲେ ଏହା ଶରୀରରେ ଇନ୍ସୁଲିନ୍ର ପରିମାଣକୁ ବଢାଇଥାଏ  ଏବଂ ଏଥିସହ ଉଚ୍ଚ ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ 
. ମେଥିକୁ ଭିଜେଇ ତା ପାଣିକୁ ପିଇଲେ ଡାଇବେଟିସ୍ ନିୟନ୍ତ୍ରଣ ହୋଇଥାଏ 
. ହଳଦୀ ପାଣିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏହାକୁ ପିଇବା ଦ୍ୱାରା ଶରୀରରେ ଇନ୍ସୁଲିନର ପରିମାଣ ବଢେ ।
. ଜାଇଫଳରେ ଆଣ୍ଟିଡାଇବେଟିକ୍ ଗୁଣ ଥାଏ , ଯାହାକି ରକ୍ତରେ ଥିବା ଗ୍ଲୁକୋଜର ପରିମାଣକୁ ନିୟନ୍ତ୍ରଣ କରେ 
. ଜୁଆଣି ପାଣି ଖାଦ୍ୟକୁ ହଜମ କରାଇବା ସହ ଡାଇବେଟିସ୍କୁ ନିୟନ୍ତ୍ରଣ କରେ 
. ଗୋଲ ମରିଚରେ ପାଇପରିନ୍ ନାମକ ତତ୍ତ୍ୱ ଥାଏ ଯାହାକି ଶରୀରରେ ମେଟାବୋଲିଜିମକୁ ବଢାଇବା ସହ ରକ୍ତ ସର୍କରାକୁ ନିୟନ୍ତ୍ରଣ କରେ 

ଏସବୁ ଜଣେ ମଧୁମେହ ରୋଗୀ ବ୍ୟବହାର କରି ରକ୍ତର ସର୍କରା ପରିମାଣକୁ କମ୍ କରିପାରିବେ । ଏହାସହ ମଧୁମେହ ରୋଗୀ ପ୍ରତିମାସ ଡାକ୍ତରଙ୍କ ପରାମର୍ଶ କରିବା ସହ ରକ୍ତ ସର୍କରା ମାପିବାର ଆବଶ୍ୟକତା ରହିଛି ।