କନକ ବ୍ୟୁରୋ :  ଅସୁରକ୍ଷିତ ସେବା ସମବାୟ ସମିତି ଗୃହ। ଭଙ୍ଗା ଘରେ ବିପଦରେ ଚାଷୀ। ଦଶ ପନ୍ଦର ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ ରହିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତଳି ଗ୍ରାମ ସେବାସମବାୟ ସମିତି ଗୃହ । କେଉଁ ସମୟରେ ଭୁଶୁଡ଼ି ପଡିବ ତାହା କହିହେବ ନାହିଁ। ଖରିଫ ଧାନ ପାଇଁ ମଣ୍ଡି ଖୋଲିଲେ, ଏହି ବିପଦ ସଂକୁଳ ଗୃହ କଥା ପ୍ରଶାସନର ମନେ ପଡ଼େ । ଧାନ ବିକିବା ପାଇଁ ଏଠାକୁ ଆସିଥାନ୍ତି ଚାଷୀ। ହେଲେ ଘର ଅବସ୍ଥା ଅତ୍ୟନ୍ତ ଖରାପ। ଘରର ସବୁ ସ୍ଥାନ ଫାଟି ଆଁ କରିଛି। ପ୍ରବେଶ ପଥ ଝୁଲି ରହିଛି। ମରାମତି ଓ ନୂଆ ଘର ପାଇଁ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ୫୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ କାର୍ଯ୍ୟ ନହେବାରୁ ବିପଦ ସଂକୁଳ ଘର ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।