ଆଜିର ସମୟରେ ଜୀବନଚର୍ଯ୍ୟା ଏତେ ଜଟିଳ ହେଲାଣି ଯେ ସୁସ୍ଥ ଶରୀର ପାଇଁ କ’ଣ ଖାଇବେ , କ’ଣ ନ ଖାଇବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି । କିଏ ବଢୁଥିବା ଓଜନକୁ ନେଇ ଚିନ୍ତିତ ତ ଆଉ କିଏ ଓଜନ ନ ବଢିବା ନେଇ ଚିନ୍ତିତ । ଲୋକ ଓଜନ କମାଇବା ପାଇଁ କେତେ କସରତ , ବ୍ୟାୟାମ କରୁଛନ୍ତି ତ ଆଉ କେତେ ଓଜନ ବଢାଇବା ପାଇଁ ଯାହା ପାରୁଛନ୍ତି ଖାଉଛନ୍ତି । ଓଜନ ବଢିଯିବ ଭାବି ଆରମ୍ଭ ହୁଏ ଫାଷ୍ଟଫୁଡ୍ , ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା କିନ୍ତୁ ପରିଣାମ କ’ଣ ହୁଏ , କେବଳ ହସ୍ପିଟାଲରେ ଗଣିବାକୁ ପଡ଼େ ଟଙ୍କା । ଏଭଳି ଜଙ୍କଫୁଡ୍ ଖାଇଲା ପରେ ବି ଓଜନ ନ ବଢିଲେ ଶୁଣିବାକୁ ମିଳେ କେତେ ଯେ ଟାହିଟାପରା । ଯେମିତି ମୋଟାପଣ କମାଇବା ପାଇଁ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାରୁ ନିବୃତ ରହିବା ଦରକାର ଠିକ୍ ସେମିତି କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପତଳା ଶରୀର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଯାହାକୁ କ୍ୟାଲୋରୀ ସରପ୍ଲସ୍ ମଧ୍ୟ କୁହାଯାଏ । ଆପଣ ବି ଯଦି ନିଜ ପତଳା ଶରୀରକୁ ନେଇ ଚିନ୍ତିତ ତେବେ ନିମ୍ନରେ ଦିଆଯାଇଥିବା ଖାଦ୍ୟକୁ ନିଜ ଡାଏଟରେ କରନ୍ତୁ ସାମିଲ୍ ।
/kanak/media/media_files/2025/01/04/TJ069BMQdmNUziR5P7bA.jpg)
ପିସ୍ତା : ପିସ୍ତା ଏମିତି ଏକ ହାଇ କ୍ୟାଲୋରୀ ଡ୍ରାଏଫ୍ରୁଟ୍ , ଯାହା ପାଟିକୁ ସ୍ବାଦିଷ୍ଟ ଲାଗିବା ସଙ୍ଗେ ସଙ୍ଗେ ଶରୀର ପାଇଁ ମଧ୍ୟ ପୃଷ୍ଟିକର । ସେକ୍ ରୁ ଆରମ୍ଭ କରି ସ୍ନାକ୍ସରେ ଆଡ୍ କରନ୍ତୁ ପିସ୍ତା , ଖାଦ୍ୟ ସ୍ବାଦିଷ୍ଟ ଲାଗିବା ସହ ଶରୀରକୁ ମଧ୍ୟ ଅନେକ ଲାଭ ମିଳିବ । ଏଥିରେ ମହଜୁଦ୍ ହେଲ୍ଦି ଫ୍ୟାଟ୍ ଓଜନ ବଢାଇବାରେ ସହାୟକ ହୁଏ । ଶୀତରେ ପିସ୍ତା ଖାଇଲେ ଶରୀର ଗରମ ରୁହେ ।
/kanak/media/media_files/2025/01/04/BcoCZ44UnVOVjWRD3Xwj.jpg)
କ୍ଷୀର : ଗୋଟିଏ ଗ୍ଲାସ୍ କ୍ଷୀରରେ ୧୫୦ କ୍ୟାଲୋରୀ ପାଖାପାଖି ଗୁଣ ପାଇପାରିବେ । କ୍ଷୀରରେ ଥିବା ପ୍ରୋଟିନ୍ ମାଂସପେଶୀର ବିକାଶ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଯଦି Lactose intolerance କିମ୍ବା ଆଲର୍ଜିରେ ପୀଡିତ ତେବେ କ୍ଷୀର ନ ପିଇବା ଭଲ ।
/kanak/media/media_files/2025/01/04/6nFbWKTJu5HCFBbysGrf.jpg)
ଆଳୁ , କନ୍ଧମୂଳ , ମକା , ମଟର ଏଥିରେ ହେଲ୍ଦି କ୍ୟାଲୋରୀ ଭରପୂର ଥାଏ । ପ୍ରତିଦିନ ଖାଦ୍ୟରେ ଏଭଳି ଷ୍ଟାର୍ଚ ରିଚ୍ ଫୁଡସ୍ ୧୦୦ ଗ୍ରାମ୍ ସାମିଲ୍ କରନ୍ତୁ ଏଥିରେ ମେଟାବୋଲିକ୍ ରେଟ୍ ବଢିଥାଏ ଏବଂ ଏନର୍ଜି ମଧ୍ୟ ବଢେ । ଯେଉଁଥିରେ ୱେଟ୍ ଗେନ୍ କରିବାରେ ସହାୟକ ହୋଇଥାଏ ।
/kanak/media/media_files/2025/01/04/dyYii7FkzX2K5fpEij1A.jpg)
ପିନଟ୍ ବଟର୍: ୧୦୦ ଗ୍ରାମ୍ ପିନଟ୍ ବଟରରେ ପାଖାପାଖି ୫୫୦ କ୍ୟାଲୋରୀ ମହଜୁଦ ହୋଇଥାଏ । ଏହା ଏକ ପୌଷ୍ଟିକଯୁକ୍ତ ନ୍ୟୁଟ୍ରିଏଣ୍ଡ୍ ଏବଂ କ୍ୟାଲୋରୀ ଯୁକ୍ତ ଫୁଡ୍ ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆପଣ ଚାହିଁଲେ ପିନଟ୍ ବଟର୍ ବଦଳରେ ବାଦାମ୍ ବଟର୍ ମଧ୍ୟ ଖାଇପାରିବେ ।
/kanak/media/media_files/2025/01/04/TqlOodPyzyv1pCPoN9QH.jpg)
ହେଲ୍ଦି ଫ୍ୟାଟ୍ ଏବଂ ଅଏଲ୍ : ୧୦୦ ଗ୍ରାମ୍ ଚକଟା ଆଳୁରେ ୯୦ କ୍ୟାଲୋରୀ ମିଳିଥାଏ । ଅନ୍ୟପକ୍ଷରେ ଓଟସ୍ ମିଲରେ ୭୦ ଗ୍ରାମ୍ କ୍ୟାଲୋରୀ ମହଜୁଦ୍ ହୋଇଥାଏ । ଗୋଟିଏ ଫୁଲ୍ ଚାମଚ ଅଲିଭ୍ ଅଏଲରେ ୧୨୦ କ୍ୟାଲୋରୀ ଥାଏ । ଏହିଭଳି ଅନେକ ହେଲ୍ଦି ଫ୍ୟାଟସ୍ ଡିସ୍ ରହିଛି ଯେଉଁଥିରେ ସ୍ବାସ୍ଥ୍ୟ ପାଇଁ ହିତକର ତେଲର ବ୍ୟବହାର କରାଯାଏ ଯାହା ସେବନ କରିବା ଦ୍ବାରା ଓଜନ ବଢିବାରେ ସହାୟକ ହୁଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/04/GnPCtbV4ScKklSFXRUzk.jpg)