ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ଡେଡ୍ ଲାଇନ୍ :  ଇ-କେୱାଇସି ପାଇଁ  ୩୧ ଶେଷ ତାରିଖ..

Advertisment

 ୩୧ ଜାନୁଆରୀ  ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ରାସନ କାର୍ଡ । ଡେଡ୍ ଲାଇନ୍ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

 ୩୧ ଜାନୁଆରୀ  ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ରାସନ କାର୍ଡ । ଡେଡ୍ ଲାଇନ୍ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ମନ୍ତ୍ରୀ ଦେଲେ ଡେଡ୍ ଲାଇନ୍

Photograph: (kanaknews)

କନକ ବ୍ୟୁରୋ : ରାସନ କାର୍ଡକୁ ନେଇ  ଆସିଲା ବଡ ଖବର ।  ୩୧ ଜାନୁଆରୀ  ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ । ଆଉ ମିଳିବନି ରାସନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା  ୪୯ ଲକ୍ଷ ହିତାଧିକାରୀ  କରିନାହାଁନ୍ତି  ଇ-କେୱାଇସି ।

ତେବେ ସବୁଠାରୁ ବଡ କଥା  ଇ-କେୱାଇସି ସରିବା ପରେ  ମିଳିବ ନୂଆ ରାସନ କାର୍ଡ ।   ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ ।  କାରଣ  ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର ।  ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ଥିବା ହିତାଧିକାରୀ ଇ-କେୱାଇସି କରିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe