କନକ ବ୍ୟୁରୋ : ରାସନ କାର୍ଡକୁ ନେଇ ଆସିଲା ବଡ ଖବର । ୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ । ଆଉ ମିଳିବନି ରାସନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି ଇ-କେୱାଇସି ।
ତେବେ ସବୁଠାରୁ ବଡ କଥା ଇ-କେୱାଇସି ସରିବା ପରେ ମିଳିବ ନୂଆ ରାସନ କାର୍ଡ । ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ । କାରଣ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ଥିବା ହିତାଧିକାରୀ ଇ-କେୱାଇସି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/09/JklG7YHk7MOvlmzRWuls.jpg)