କନକ ବ୍ୟୁରୋ: ଏଥର ଅନ୍‌ଲାଇନ୍ ଆପ୍‌ରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ । ପୂଜା ପୂର୍ବରୁ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ସ୍ୱିଗି, ଜୋମାଟୋ ଭଳି ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ପ୍ଲାଟଫର୍ମ । ନୂଆ ଜିଏସ୍‌ଟି ସ୍ଲାବ୍‌ ପରେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆଗାମୀ ଦିନରେ ଅନ୍‌ଲାଇନ୍‌ର ଫୁଡ୍‌ ଅର୍ଡର କରିବା ମହଙ୍ଗା ହୋଇପାରେ ବୋଲି ରିପୋର୍ଟ ରହିଛି । ତେବେ ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର କେତେ ମହଙ୍ଗା ହେବ ତାହାକୁ ନେଇ କୌଣସି ସୂଚନା ମିଳିନି । ନୂଆ ଜିଏସଟି ସ୍ଲାବ ମୁତାବକ ଏଣିକି ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡର କଲେ ଏହା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବ । ଏଣୁ ସେପ୍ଟେମ୍ବର ୨୨ ତାରିଖ ପରଠୁ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର କଲେ ୟୁଜର୍ସଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକ ପଡ଼ିବ । ଆପଣଙ୍କୁ କହି ରଖୁଛୁ ଯେ ସେପ୍ଟେମ୍ବର ୨୨ ତାରିଖ ପରେ ନୂଆ ଜିଏସ୍‌ଟି ସ୍ଲାବ୍‌ ଲାଗୁ ହେବ । ଏହାପରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବାକୁ ଥିବା କେତେକ ସେବା(Service) ବା ସାମଗ୍ରୀ ଅଧିକ ମହଙ୍ଗା ହେବାକୁ ଯାଉଛି । 

Advertisment

ସ୍ୱିଗି ନିଜ ପ୍ଲାଟଫର୍ମ ଶୁଳ୍କକୁ ଜିଏସ୍‌ଟି ସହିତ ୧୫ ଟଙ୍କାକୁ ବୃଦ୍ଧି କରିଛି । ପ୍ରତିଦ୍ୱନ୍ଦ୍ୱୀ ଜୋମାଟୋ ବି ଜିଏସ୍‌ଟି ବାଦ ଦେଇ ପ୍ଲାଟଫର୍ମ ଫି ‘ ୧୨.୫୦ଟଙ୍କା ବୃଦ୍ଧି କରିଛି ।  ଅନ୍‌ଲାଇନ୍‌ରେ ଅଧିକ ଖାଦ୍ୟ ଡେଲିଭେରି କରୁଥିବା କମ୍ପାନି ମ୍ୟାଜିକପିନ୍ ମଧ୍ୟ ଏହାର ପ୍ଲାଟଫର୍ମ ଫି'କୁ  ଅର୍ଡର ପିଛା ୧୦ଟଙ୍କାକୁ ବୃଦ୍ଧି କରିଛି । ରିପୋର୍ଟ ମୁତାବକ ସେପ୍ଟେମ୍ବର ୨୨ରୁ ଡେଲିଭରି ଶୁଳ୍କ ଉପରେ  ଲାଗିବାକୁ ଥିବା ୧୮ ପ୍ରତିଶତ ଜିଏସ୍‌ଟି ଯୋଗୁଁ ଜୋମାଟୋ ଉପଭୋକ୍ତା ପ୍ରତି ଅର୍ଡରରେ ପିଛା ଅଧିକ ୨ ଟଙ୍କା ଏବଂ ସ୍ୱିଗି ଗ୍ରାହକଙ୍କ ୨ ଟଙ୍କା ୬୦ ପଇସା ଖର୍ଚ୍ଚ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ଅଫିସିଆଲ ଘୋଷଣା ବାକି ଅଛି । 


ସେପଟେ ଆଉ ଏକ ଫୁଡ୍‌ ଡେଲିଭେରି ଆପ୍‌ ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି ଯେ ଜିଏସ୍‌ଟି ନିୟମରେ ସାମ୍ପ୍ରତିକ ପରିବର୍ତ୍ତନ ଖର୍ଚ୍ଚକୁ ବିଶେଷ ପ୍ରଭାବିତ କରିବ ନାହିଁ । ତେଣୁ, ଉପଭୋକ୍ତାମାନଙ୍କ ଉପରେ ବି ଜିଏସ୍‌ଟି ବୃଦ୍ଧିର ସେତେଟା ପ୍ରଭାବ ପଡ଼ିବ ନାହିଁ । ଆମର ପ୍ଲାଟଫର୍ମ ଶୁଳ୍କ ଅର୍ଡର ପିଛା ୧୦ ଟଙ୍କା ରହିବ, ଯାହା ପ୍ରମୁଖ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ ମଧ୍ୟରେ ସର୍ବନିମ୍ନ । ନିକଟ ଅତୀତରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ ରାଜସ୍ୱର ଏକ ଅତିରିକ୍ତ ଉତ୍ସ ଭାବରେ ଉଭା ହୋଇଛି । ତେବେ ଜୋମାଟୋ, ସ୍ୱିଗି ଏବଂ ମ୍ୟାଜିକପିନ୍ ଏକାସାଙ୍ଗରେ ପ୍ଲାଟଫର୍ମ ଫି' ବୃଦ୍ଧି କରୁଥିବା ରିପୋର୍ଟ, ଭାରତର ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କ୍ଷେତ୍ରରେ ବଢୁଥିବା ଲୋକଙ୍କ ଖର୍ଚ୍ଚକୁ ଦର୍ଶାଉଛି । ଏଣୁ ସେପ୍ଟେମ୍ବର ୨୨ ତାରିଖ  ପରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ପାଇଁ କେତେ ଅଧିକ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ତାହା ଅଫିସିଆଲ ଘୋଷଣା ପରେ ହିଁ ଜଣା ପଡ଼ିବ ।