କନକ ବ୍ୟୁରୋ :  ଓଡିଶା ମୁନିସିପାଲ ଆକ୍ଟ -୧୯୫୦,ଧାରା ୫୩ଅନୁଯାଇ, ଦେବଗଡ଼ ନଗରପାଳିକାର ବିଜେଡି ପୌରଧକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିସ୍କୃତ କରାଯାଇଛି ।  ସୂଚନା ଅନୁଯ।ୟୀ, ଓଡିଶା ସରକାରଙ୍କ ଗୃହ ଓ ନଗରଉର୍ଣ୍ଣୟନ ବିଭାଗଙ୍କ ଚିଠି ସଂଖ୍ୟା ୧୯୦୨,ତା ୨୮.୦୧.୨୫ ଅନୁଯାଇ,ଚେୟାରମ୍ୟାନଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି । ଉପରୋକ୍ତ ଧାରା ଅନୁଯାଇ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶ୍ରୀମତୀ ଶାନ୍ତିମଞ୍ଜରୀ  ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଥିଲେ ।  ଚେୟାରମ୍ୟାନ ଏହି ନୋଟିସକୁ ହାଇକୋଟରେ ଚେଲେଞ୍ଜ କରିଥିଲେ ।  ମାନ୍ୟବର ହାଇକୋଟ ଗତ ଡିସେମ୍ବର ୧୧ତାରିଖ ଦିନ ତାଙ୍କ ଆବେଦନକୁ ଖାରୋଜ କରିଦେଇ ଥିଲେ ଓ ୭ଦିନ ମଧ୍ୟରେ ନିଜ ଜବାବ ଦାଖଲ  କରିବାକୁ ନିର୍ଦ୍ଧେଶ ଦେଇଥିଲେ ।  ତତଅନୁଯାଇ, ଚେୟାରମ୍ୟାନ ଡ଼ିସେମ୍ବର ୧୭ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ ।  ଏହାପରେ ମଧ୍ୟ "ନାଚୁରାଲ ଜଷ୍ଟିସ" ଦୃଷ୍ଟିରୁ ଗତ ତା ୨୨.୦୧.୨୫ରିଖ ଦିନ ମାନ୍ୟବର ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ଚେୟାରମ୍ୟାନଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା ।  କିନ୍ତୁ, ଚେୟାରମ୍ୟାନଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ଉପରୋକ୍ତ ଚିଠି ଅନୁଯାଇ ଚେୟାରମ୍ୟାନଙ୍କୁ ତାଙ୍କ ପଦବୀରୁ ଗତ ତା ୨୮.୦୧.୨୫ରିଖ ଦିନଠାରୁ ବିହିଷ୍କାର କରାଯାଇଛି  ।