କନକ ବ୍ୟୁରୋ:  ଅଦା ରସୁଣ ପେଷ୍ଟ ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ୍ଣ । ଏହା ଖାଦ୍ୟକୁ ସ୍ବାଦିଷ୍ଟ ବନାଏ । କିନ୍ତୁ ଏହାକୁ ବ୍ୟବହାର କରିବାରେ ବଡ଼ ସମସ୍ୟା ହେଉଛି, ଏହାକୁ ଯେତେ ତାଜା ବନାଇଲେ ବି ଏହାର ପେଷ୍ଟ କିଛି ମାତ୍ର ରହିବା ପରେ ତାହା କଳା ପଡ଼ିଯିବା ସହ ସେଥିରୁ ଦୁର୍ଗନ୍ଧ ବାହାରେ , ଯାହା ଖାଦ୍ୟର ସ୍ବାଦ ନଷ୍ଟ କରିଦିଏ ।

Advertisment

ଯଦି ଚାହୁଛନ୍ତି, ଆପଣଙ୍କ ଅଦା- ରସୁଣ ପେଷ୍ଟ ଦୀର୍ଘ ସମୟ ଠିକ୍ ରହୁ ତେବେ ଆପଣାନ୍ତୁ ଏସବୁ ଟିପ୍ସ :

ନ୍ୟାଚୁରାଲ ପ୍ରିଜରବେଟିଭ୍ସ ବ୍ୟବହାର କରନ୍ତୁ :  ଅଦା- ରସୁଣ ପେଷ୍ଟ ପ୍ରସ୍ତୁତ କରିବାକୁ ସବୁବେଳେ ଫ୍ରେସ୍ ଅଦା ରସୁଣ ନିଅନ୍ତୁ ।ଏହାକୁ ଏକ ପରିସ୍କାର ଫୁଡ୍ ପ୍ରୋସେସରରେ ବାଟନ୍ତୁ ।  ଏଥିରେ ଦି ଚିମୁଟା  ଲୁଣ , ୧ ଚାମଚ ସୋରିଷ ତେଲ, ୧ ଚାମଚ ସିରକା ମିଶାଇ ଦିଅନ୍ତୁ । ଏହା ପେଷ୍ଟକୁ କଳା ହେବାକୁ ଦିଏନି , ଏହାସହ ବ୍ୟାକ୍ଟେରିଆ ମୁକ୍ତ ରଖେ ।

ଏହାକୁ ଶୁଖିଲା ରଖେ : ଅଦା ରସୁଣକୁ ବାଟିବା ସମୟରେ ଏଥିରେ ପାଣି ମିଶାନ୍ତୁନି, କାରଣ ଜଳୀୟ ଅଂଶ ରହିଲେ ଏଥିରେ ଫିମ୍ପି ଲାଗିଯିବାର ଆଶଙ୍କା ଥାଏ । ଯଦି ପେଷ୍ଟ ବାଟିବା ସମୟରେ ଗାଢ଼ା ହୁଏ ତାହେଲେ ପାଣି ବଦଳରେ ଏଥିରେ ଟିକେ ତେଲ ବ୍ୟବହାର କରନ୍ତୁ । ତେଲ ପେଷ୍ଟକୁ ତାଜା ରଖେ ।

ଆଇସ୍ କ୍ୟୁବ୍ ପାଖରେ ଫ୍ରିଜରେ ରଖନ୍ତୁ : ଅଦା ରସୁଣ ପେଷ୍ଟକୁ ଅଧିକ ଦିନ ତାଜା ରଖିବାକୁ ପ୍ରଥମେ ଏହାକୁ ଏକ ଏୟାର ଟାଇଟ୍ କଣ୍ଟେନରରେ ରଖନ୍ତୁ ।ଏହି କଣ୍ଟେନରକୁ ଫ୍ରିଜରେ ଆଉ ଏକ  କଣ୍ଟେନରରେ ଆଇସ୍ କ୍ୟୁବ୍ ରଖି ସେଥିରେ ଅଦା-ରସୁଣ ପେଷ୍ଟ କଣ୍ଟେନରରେ ରଖନ୍ତୁ । ଏହା ଅଧିକ ଦିନ ତାଜା ରହିବ ।