କନକବ୍ୟୁରୋ :  ଜଳେଶ୍ଵରରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଅଟା ବୋଝେଇ ଟ୍ରକ । ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର । ଟ୍ରକଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ଜଳେଶ୍ୱରରୁ ଭୋଗରାଇ ଅଭିମୁଖେ ଯାଉଥିଲା   ।  ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦା ଏସବିଆଇ ଏଟିଏମ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଟ୍ରକ୍ ଡ୍ରାଇଭର ହେଲପର ସୁସ୍ଥ ଥିବା ସୁଚନା ମିଳିଛି  । 

Advertisment

 ଘନ କୁହୁଡି କିମ୍ବା ଡ଼୍ରାଇଭରର ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ପହଂଚି ଗାଡି ଭିତରୁ ଡ୍ରାଇଭର ଓ ହେଲ୍ପରକୁ ବାହାର କରିଛନ୍ତି। ଅନ୍ୟପଟେ ଗାଡିଟିକୁ ଉଦ୍ଧାର କରିବା ପାଇଁ ଭୋଗରାଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଛି ।
---