ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡ଼ି ; ସାରା ରାଜ୍ୟରେ ତଳ ମୁହାଁ ପାରଦ

Advertisment

ଶୀତ ଠୁ ବଳିଲାଣି କୁହୁଡ଼ି । ଅଧ ରାତିରୁ ସକାଳ ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନି । କେବେ ଦିନ ୧୧ଟା ଯାଏଁ ବି କୁହୁଡ଼ି ଛାଡ଼ୁନି । ଦୃଶ୍ୟମାନ କମୁଛି, ସାଧାରଣ ଜନଜୀବନ ପ୍ରଭାବିତ ହେଉଛି ।

ଶୀତ ଠୁ ବଳିଲାଣି କୁହୁଡ଼ି । ଅଧ ରାତିରୁ ସକାଳ ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନି । କେବେ ଦିନ ୧୧ଟା ଯାଏଁ ବି କୁହୁଡ଼ି ଛାଡ଼ୁନି । ଦୃଶ୍ୟମାନ କମୁଛି, ସାଧାରଣ ଜନଜୀବନ ପ୍ରଭାବିତ ହେଉଛି ।

Odisha

Odisha Photograph: (kanak news)

କନକ ବ୍ୟୁରୋ : ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡି । । ପଚାଶ ମିଟର ଦୁରତାରେ ବି କିଛି ଦେଖାଯାଉନି । ଶୀତ ଠୁ ବଳିଲାଣି କୁହୁଡ଼ି । ଅଧ ରାତିରୁ ସକାଳ ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନି । କେବେ ଦିନ ୧୧ଟା ଯାଏଁ ବି କୁହୁଡ଼ି ଛାଡ଼ୁନି । ଦୃଶ୍ୟମାନ କମୁଛି, ସାଧାରଣ ଜନଜୀବନ ପ୍ରଭାବିତ ହେଉଛି । ୫ ହାତ ଦୂର ଦେଖିବା ବି କଷ୍ଟ ହୋଇପଡ଼ୁଛି । ଗଞ୍ଜାମର ଆସିକା ଅଞ୍ଚଳ ଘନ କୁହୁଡ଼ିରେ ସମ୍ପୂର୍ଣ୍ଣ ଲୁଚିଗଲା ଭଳି ମନେ ହେଉଛି । ଫଳରେ ଆସିକାରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ଗତ ୫ ଦିନ ମଧ୍ୟରେ କୁହୁଡ଼ି ଯୋଗୁଁ ଦୁର୍ଘଟଣାରେ ୩ଟି ମୂଲ୍ୟବାନ ଜୀବନ ଚାଲିଯାଇଛି ।
 
ରାସ୍ତା ଘାଟ ନଦୀ ସମୁଦ୍ର ସବୁଠି କୁହୁଡ଼ି ଆଉ କୁହୁଡ଼ି l ୧୦ ମିଟର ବାଟରୁ ଜଣକୁ ଅନ୍ୟ ଜଣେ ଚିହିଁବା କଷ୍ଟ ହୋଇ ପଡ଼ିଛି । ଦିନରେ ଗାଡ଼ିରେ ଲାଇଟ୍‌ ଲଗାଇ ଯାତାୟାତ କରୁଛନ୍ତି ଲୋକେ । ଯାତାୟାତ ସହ ଚାଷ କାର୍ଯ୍ୟ ବି ପ୍ରଭାବିତ ହେଉଛି । ସକାଳୁ ବିଲକୁ ଧାନ କାଟିବାକୁ ଚାଷୀ ଆସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୀ ଅସ୍ତରଙ୍ଗ ଏମିତି ଘନ କୁହୁଡ଼ିର ଧଳା ଚାଦରରେ ଆଚ୍ଛାଦିତ ହୋଇ ରହିଛି । ଚଳିତ ସପ୍ତାହରେ କୁହୁଡ଼ି ପାଇଁ ଜନଜୀବନ ପ୍ରଭାବିତ ହୋଇଛି । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଅକାରଣରେ ଜୀବନ ନେଉଛି । ତେଣୁ ସକାଳୁ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ୍‌ । 

ଅଧିକ ପଢ଼ନ୍ତୁ---ଗାଁରେ ପହଞ୍ଚିପାରୁନି ସରକାରୀ ଯୋଜନା ! କଟକ ବାଙ୍କୀର ୩ଟି ପଞ୍ଚାୟତକୁ ଗଡ଼ୁନି ଲକ୍ଷ୍ମୀବସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe