କନକବ୍ୟୁରୋ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିଛି । ସବୁବର୍ଗକୁ ଦୃଷ୍ଟିରେ ରଖି ବଜେଟ ଆଣିଛନ୍ତି ମୋଦୀ ସରକାର। ୧୨ ଲକ୍ଷ ପର୍ୟ୍ୟନ୍ତ ଆୟକର ସୀମା ଛାଡ ଥିବା ବେଳେ ବିଭିନ୍ନ କ୍ଷେତ୍ରକୁ ମଧ୍ୟ ଫୋକସ କରିଛନ୍ତି କେନ୍ଦ୍ର ସରକାର । ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରେଳବାଇକୁ ନେଇ ମଧ୍ୟ ବଡ ଘୋଷଣା ହୋଇଛି । ରେଲୱେର ବିକାଶ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ନୂଆ ଘୋଷଣା ଅପେକ୍ଷା ପୁରୁଣା ପ୍ରତିଶ୍ରୂତି ପୂରା କରିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।
ରେଳ ବଜେଟ: ୨.୫୫ ଲକ୍ଷ କୋଟି
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୫୫ ହଜାର କୋଟି ଟଙ୍କାରେ ରେଳ ବଜେଟ୍
ରେଳ ବଜେଟରେ ବନ୍ଦେ ମେଟ୍ରୋ, ବୁଲେଟ ଟ୍ରେନ ଉପରେ ଗୁରୁତ୍ୱ
ଟ୍ରାକର ବିସ୍ତାର, ନୂଆ ରେଳ ପୋଲ, ପ୍ଲାଟଫର୍ମର ବିକାଶ ଉପରେ ଫୋକସ
ମୁମ୍ୱାଇ- ଅହମ୍ମଦାବାଦ ହାଇସ୍ପିଡ ରେଳ କରିଡର ପାଇଁ ଅତିରିକ୍ତ ଫଣ୍ଡ
ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ୨୧ ହଜାର କୋଟି
ନୂତନ ରେଳ ଧାରଣା ତିଆରି ପାଇଁ ୩୨,୨୩୫ କୋଟି ବ୍ୟୟବରାଦ
ରେଳ ଧାରଣା ଦୋହରୀକରଣ ବାବଦକୁ ୩୨,୦୦୦ କୋଟି
ଗେଜ୍ ଲାଇନ ବଦଳାଇବା ପାଇଁ ୪,୫୫୦ କୋଟିର ବଜେଟ୍
ପେନସନ ଫଣ୍ଡ ବାବଦକୁ ୬୬,୦୦୦ କୋଟି ଆବଣ୍ଟିତ
ସିଗ୍ନାଲିଙ୍ଗ ଓ ଟେଲିକମ ପାଇଁ ୬,୮୦୦ କୋଟି ବ୍ୟୟବରାଦ
ରେଳ ଧାରଣାରେ ବିଦ୍ୟୁତ ସଂଯୋଗୀକରଣ ପାଇଁ ୬,୧୫୦ କୋଟି
ରେଳ ବଜେଟରେ କର୍ମଚାରୀ କଲ୍ୟାଣ ପାଇଁ ୮୩୩ କୋଟି ଅନୁଦାନ
ରେଲବାଇ କର୍ମଚାରୀଙ୍କୁ ତାଲିମ ବାବଦକୁ ୩୦୧ କୋଟି ଅନୁଦାନ
ରେଲୱେ ସେଫଟି ଫଣ୍ଡ ପାଇଁ ୪୫,୦୦୦ କୋଟି ମଞ୍ଜୁରି
ଦୂର ଯାତ୍ରୀଙ୍କ ପାଇଁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଇବାକୁ ଯୋଜନା
ରେଳ ଦୁର୍ଘଟଣା ରୋକିବାକୁ 'କବଚ' ବ୍ୟବସ୍ଥା ଉପରେ ଫୋକସ
'କବଚ' ବ୍ୟବସ୍ଥା ପାଇଁ ୧,୧୧୨ କୋଟି ଅନୁଦାନ
ଏକ୍ସପ୍ରେସ ଟ୍ରେନରେ ସ୍ଲିପର ଓ ଜେନେରାଲ ବଗି ବଢାଇବାକୁ ନିଷ୍ପତ୍ତି
ମେଲ, ଏକ୍ସପ୍ରେସ ଟ୍ରେନରେ ୨ହଜାର ଜେନେରାଲ କ୍ଲାସ କୋଚ ଚଳାଇବାକୁ ଯୋଜନା
ଗତ ବର୍ଷ ତୁଳନାରେ ଚଳିତ ରେଳ ବଜେଟରେ କମ ବ୍ୟୟ ବରାଦ
ଗତ ବର୍ଷ ରେଳ ବଜେଟରେ ୨.୬୨ ଲକ୍ଷ କୋଟି ବ୍ୟୟ ବରାଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/02/4lfcGeFoBTzUm40fBHvx.jpg)