ଶାନ୍ତିଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ପାଳନ ଉପରେ ଗୁରୁତ୍ୱ, ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ୍‌ ଫୋର୍ସ

Advertisment

ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ୍‌ ଫୋର୍ସ । ୪୦ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ଅଞ୍ଚଳ ।

ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ୍‌ ଫୋର୍ସ । ୪୦ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ଅଞ୍ଚଳ ।

ଜଗିବେ ୨୦୦ ପ୍ଲାଟୁନ ଫୋର୍ସ

ଜଗିବେ ୨୦୦ ପ୍ଲାଟୁନ ଫୋର୍ସ Photograph: (kanakNews)

କନକ ବ୍ୟୁରୋ: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ହନୁମାନ ଜୟନ୍ତୀ । ସ୍ଥିତି ଉପରେ ରହିଛି ପୋଲିସ ବିଭାଗର ନଜର । ନିୟୋଜିତ ହେବେ ୨୦୦ ପ୍ଲାଟୁନ ଫୋର୍ସ, ନଜର ରଖିବ ୪୦ଡ୍ରୋନ ସହ ୬୦୦ ସିସିଟିଭି କ୍ୟାମେରା । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ବ୍ୟାପକ ଫୋର୍ସ ମୃତୟନ କରାଯିବ । ଏଥିସହିତ  ସହ ବ୍ୟାରିକେଡିଂର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

ହିଟ୍‌ୱେଭ ପାଇଁ ଓଆରଏସ, ପାଣି ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଅପ୍ରୀତିକର ପରିସ୍ଥିତି ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି କଡା ନିର୍ଦ୍ଦେଶ ଡିଜିପି । ଭିଡ଼କୁ ସାମ୍ନା କରିବାକୁ ଥିବା ପୁଲିସ କର୍ମଚାରୀଙ୍କ ଦେହରେ ବଡ଼ି ଫିଟ୍‌ କ୍ୟାମେରା ଲଗାଯାଇଛି, ଯାହା ଦ୍ୱାରା ଲୋକଙ୍କ ଆଚରଣ, ଉଚ୍ଚାରଣ ଉପରେ ନଜର ରଖିହେବ I ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟ ଉପରେ କଡା ନଜର ରଖିଛି ପୋଲିସ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe