କନକ ବ୍ୟୁରୋ: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ହନୁମାନ ଜୟନ୍ତୀ । ସ୍ଥିତି ଉପରେ ରହିଛି ପୋଲିସ ବିଭାଗର ନଜର । ନିୟୋଜିତ ହେବେ ୨୦୦ ପ୍ଲାଟୁନ ଫୋର୍ସ, ନଜର ରଖିବ ୪୦ଡ୍ରୋନ ସହ ୬୦୦ ସିସିଟିଭି କ୍ୟାମେରା । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ବ୍ୟାପକ ଫୋର୍ସ ମୃତୟନ କରାଯିବ । ଏଥିସହିତ ସହ ବ୍ୟାରିକେଡିଂର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।
ହିଟ୍ୱେଭ ପାଇଁ ଓଆରଏସ, ପାଣି ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଅପ୍ରୀତିକର ପରିସ୍ଥିତି ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି କଡା ନିର୍ଦ୍ଦେଶ ଡିଜିପି । ଭିଡ଼କୁ ସାମ୍ନା କରିବାକୁ ଥିବା ପୁଲିସ କର୍ମଚାରୀଙ୍କ ଦେହରେ ବଡ଼ି ଫିଟ୍ କ୍ୟାମେରା ଲଗାଯାଇଛି, ଯାହା ଦ୍ୱାରା ଲୋକଙ୍କ ଆଚରଣ, ଉଚ୍ଚାରଣ ଉପରେ ନଜର ରଖିହେବ I ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟ ଉପରେ କଡା ନଜର ରଖିଛି ପୋଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/13/3ra1kucWH11S9CheWI0F.jpg)