କନକ ବ୍ୟୁରୋ : ବହୁଚର୍ଚ୍ଚିତ ବାଲେଶ୍ୱର ଛାତ୍ରୀ ଆତ୍ମଦାହ ମାମଲା । ଫକୀରମୋହନ ମହାବିଦ୍ୟାଳୟରେ ଘଟିଥିବା ଘଟଣା , ଅଭିଯୋଗ ଫର୍ଦ୍ଦ ଦାଖଲ ହେବ। ଚାର୍ଜସିଟ୍ ଦାଖଲ କରିବ କ୍ରାଇମ୍‌ବ୍ରାଞ୍ଚ । ବାଲେଶ୍ବର କୋର୍ଟରେ ଦାଖଲ ହେବ ଚାର୍ଜସିଟ୍ । ପ୍ରଥମ ପର୍ଯ୍ୟାୟରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହେବ । ପରେ ଆଉ ଦୁଇଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହେବ । ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ବିରୋଧରେ ଦାଖଲ ହେବ ଚାର୍ଜସିଟ୍ । ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ବି ହେବ ଚାର୍ଜସିଟ୍ ।

Advertisment

ଛାତ୍ରୀଙ୍କୁ ହଇରାଣ କରିବା, ହାରାସମେଣ୍ଟ ନେଇ ଥିଲା ମାମଲା । ଏହି ମାମଲାରେ ୪ଜଣ ଅଭିଯୁକ୍ତ ଅଛନ୍ତି, ସମସ୍ତେ ହୋଇଛନ୍ତି ଗିରଫ । ଆତ୍ମଦାହ ଷଡ଼୍‌ଯନ୍ତ୍ର ଏବଂ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିଲେ ଦୁଇ ଛାତ୍ର । ଆତ୍ମଦାହ କରିଥିଲେ ପୀଡ଼ିତା, କମ୍ପିଥିଲା ପଲ୍ଲୀରୁ ଦିଲ୍ଲୀ । ଏବେ ବି ମାମଲାକୁ ଖୋଲା ରଖିଛି କ୍ରାଇମବ୍ରାଞ୍ଚ, ତଦନ୍ତ ଜାରି ।