ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୀତାରମଣଙ୍କ ଆଲର୍ଟ ; ବ୍ୟାଙ୍କଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ବୀମା ସଂସ୍ଥା ଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । କୌଣସି ପରିସ୍ଥିତିରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ  ସୀତାରମଣ ଆଲର୍ଟ କରିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ବୈଠକ

ଅର୍ଥମନ୍ତ୍ରୀଙ୍କ ବୈଠକ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ବୀମା ସଂସ୍ଥା ଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । କୌଣସି ପରିସ୍ଥିତିରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ  ସୀତାରମଣ ଆଲର୍ଟ କରିଛନ୍ତି । ଆଜି ସମସ୍ତ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ଅଧିକାରୀଙ୍କ ସହ ବୈଠକ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅର୍ଥମନ୍ତ୍ରୀ । 

ବ୍ୟାଙ୍କିଙ୍ଗ ସେକ୍ଟରରେ ସାଇବର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଗୁରୁତ୍ବ ଦେଇଛନ୍ତି ସୀତାରମଣ । ଏହାସହ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ସୀତାରମଣଙ୍କ ଗୁରୁତ୍ବ :
ବର୍ଡର ସେକ୍ଟରରେ ସମସ୍ତ ଏଟିଏମରେ ଟଙ୍କା ମହଜୁଦ ରହିବ
ୟୁପିଆଇ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ସେବା  ଚାଲୁ ରହିବ
ସବୁ ବ୍ୟାଙ୍କ ଶାଖାଗୁଡିକ ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟକ୍ଷମ ରହିବ
ସୀମା କ୍ଷେତ୍ରରେ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe