କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ବୀମା ସଂସ୍ଥା ଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । କୌଣସି ପରିସ୍ଥିତିରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ  ସୀତାରମଣ ଆଲର୍ଟ କରିଛନ୍ତି । ଆଜି ସମସ୍ତ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ଅଧିକାରୀଙ୍କ ସହ ବୈଠକ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅର୍ଥମନ୍ତ୍ରୀ । 

Advertisment

ବ୍ୟାଙ୍କିଙ୍ଗ ସେକ୍ଟରରେ ସାଇବର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଗୁରୁତ୍ବ ଦେଇଛନ୍ତି ସୀତାରମଣ । ଏହାସହ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ସୀତାରମଣଙ୍କ ଗୁରୁତ୍ବ :
ବର୍ଡର ସେକ୍ଟରରେ ସମସ୍ତ ଏଟିଏମରେ ଟଙ୍କା ମହଜୁଦ ରହିବ
ୟୁପିଆଇ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ସେବା  ଚାଲୁ ରହିବ
ସବୁ ବ୍ୟାଙ୍କ ଶାଖାଗୁଡିକ ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟକ୍ଷମ ରହିବ
ସୀମା କ୍ଷେତ୍ରରେ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ