FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା : ଦ୍ବିତୀୟ ଦିନରେ ୩ ସଂସ୍ଥାର ତଦନ୍ତ ଜୋରଦାର

ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ ବିଏଡ୍ ବିଭାଗର ହୋଇଥିବାରୁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜର ଇଷ୍ଟ କ୍ୟାମ୍ପସକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି ।

FM COLLEGE CASE UPDATE

FM COLLEGE CASE UPDATE Photograph: (KanakNews)

କନକ ବ୍ୟୁରୋ : ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିତିଲାଣି ସପ୍ତାହେ । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ ଟି ଟିମ୍ ଦ୍ବିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । ଏହି ୨ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଥିବା ଜଣାପଡ଼ିଛି । ଅଧ୍ୟୟନରତ ଓ ପୂର୍ବତନ ଛାତ୍ରମାନଙ୍କୁ ଜାରି ରହିଛି ପଚରାଉଚରା । ଘଟଣାକୁ ନେଇ ଆଇସିସି କମିଟି ସଦସ୍ୟ ମାନଙ୍କୁ ନିଲମ୍ବିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ ବିଏଡ୍ ବିଭାଗର ହୋଇଥିବାରୁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜର ଇଷ୍ଟ କ୍ୟାମ୍ପସକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଟିମ୍ ମଧ୍ୟ ଆଇସିସି କମିଟି ସଦସ୍ୟ ମାନଙ୍କୁ ଝାଳବୁହା ଜେରା କରିଛନ୍ତି । ଏକପାଖିଆ ରିପୋର୍ଟ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କୁ ଉତ୍ତରଦାୟୀ କରାଯିବା ସହ ପରିଣାମ ଭୋଗିବାକୁ ସେମାନଙ୍କୁ ଆହ୍ବାନ ଦିଆଯାଇଛି । ସେହିପରି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ମଧ୍ୟ କଲେଜରେ ଅଧିକ ତନାଘନା ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe