କନକ ବ୍ୟୁରୋ: ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ । ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବ ଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ହୋଇଥିଲେ ନିଲମ୍ୱିତ । ଦିଲ୍ଲୀପ ଘୋଷଙ୍କୁ ନିଲମ୍ୱନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଦିଲ୍ଲୀପଙ୍କ ଗିରଫ ପାଇଁ ଦାବି କରିଥିଲେ ପୀଡ଼ିତାଙ୍କ ବାପା ।
ବାଲେଶ୍ୱର ଏଫଏମ କଲେଜରେ ଅଧ୍ୟାପକଙ୍କ ଦ୍ବାରା ନିର୍ୟାତିତ ହୋଇ ପ୍ରିନ୍ସପାଲଙ୍କ ଦ୍ବାରସ୍ଥ ହୋଇଥିଲେ ଜଣେ ଛାତ୍ରୀ । ହେଲେ ସେଠାରୁ ବାରମ୍ୱାର ନିରାଶ ହେବା ପରେ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ସାରା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି । ଘଟଣା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ବେଳେ ଅଧ୍ୟଙ୍କୁ ନିଲମ୍ୱନ କରାଯାଇଥିଲା । ଏବେ ଅଧ୍ୟକ୍ଷ ମଧ୍ୟ ଗିରଫ ହୋଇଛନ୍ତି । ସେପଟେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଛାତ୍ରୀ ଜଣକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।