କନକ ବ୍ୟୁରୋ: ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଛାନଭିନ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମୃତ ଛାତ୍ରୀଙ୍କ ଗାଁକୁ ଯାଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ଭୋଗରାଇ ସ୍ଥିତ ପଳାସିଆ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି ଟିମ୍ । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପିଡ଼ିତାଙ୍କ ବାପା ମା ଓ ଭାଇଙ୍କୁ ପଚରାଉଚରା କରିଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଫକୀର ମୋହନ କଲେଜ ଯାଇ ତଦନ୍ତ କରିଥିଲା । ପେଟ୍ରୋଲ ପମ୍ପରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ତନାଘନା କରିଛି ତଦନ୍ତକାରୀ ସଂସ୍ଥା । କଲେଜ କର୍ମଚାରୀଙ୍କ ସମେତ ଆଇସିସି କମିଟି ସଦ୍ୟସଙ୍କୁ ୫ ଘଣ୍ଟା ଧରି ଜେରା କରିଛି । ସେହିପରି ଯେଉଁ କଲେଜ ନିକଟସ୍ଥ ପେଟ୍ରୋଲ ପମ୍ପ୍ର ସିସିଟିଭି ହାର୍ଡ୍ଡିସ୍କ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏପଟେ କଟକ ଏସ୍ସିବି ଚିକିତ୍ସିତ ହେଉଥିବା ଜ୍ୟୋତିପ୍ରକାଶଙ୍କୁ ମଧ୍ୟ ପଚରାଉଚରା କରିଛି ଟିମ୍ ।
ଏହି କ୍ରମରେ ଏଫ୍ଏମ୍ କଲେଜ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି । ବିଭିନ୍ନ ଦିଗକୁ ଆଜି ୪ ଜଣିଆ ଟିମ ଛାନଭିନ କରିଛନ୍ତି । ଯେଉଁସ୍ଥାନରେ ଛାତ୍ରୀ ଆତ୍ମହୁତି ଦେଇଥିଲେ ସେହି ସ୍ଥାନରେ ପହଞ୍ଚି ତଦନ୍ତ କରିଛନ୍ତି ଟିମ୍ । ଏଥସହ ଆଣ୍ଟି ହାରସମେଣ୍ଟ ସେଲ, ଅଭିଯୋଗ ପ୍ରକୋଷ୍ଠ ଆଦି ବିଭିନ୍ନ ଦିଗ ଉପରେ ତଦନ୍ତ କରିଛନ୍ତି । ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/18/41-fm-college-2025-07-18-16-43-11.jpg)