କନକ ବ୍ୟୁରୋ: ଏଫଏମ୍ କଲେଜ ଘଟଣାରେ ସନ୍ଦେହ ଘେରକୁ ଆସିଛି ଆଇସିସି । ପୀଡ଼ିତାଙ୍କ ବାପାଙ୍କ ଚିଠି ଖୋଲିଲା ରହସ୍ୟ କନକ ନ୍ୟୁଜ୍ ହାତରେ ଏକ୍ସକ୍ଲୁସିଭ୍ ଚିଠି । ଗତ ୭ ତାରିଖରେ ଆଇସିସିକୁ ଚିଠି ଲେଖି ଜଣାଇଥିଲେ ପୀଡ଼ିତାଙ୍କ ବାପା । ଉପସ୍ଥାନ କମ୍ ଥିବାରୁ ବିଇଡି ବିଭାଗୀୟ ମୁଖ୍ୟ ଝିଅକୁ ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ । ପରୀକ୍ଷା ନଦେବାରୁ ତା' ମାନସିକ ସ୍ଥିତି ଭଲନଥିଲା । ଝିଅକୁ ବାରମ୍ବାର ଅପମାନିତ କରାଯାଉଥିଲା । ପିଲାମାନେ ଝିଅକୁ ଟାହିଟାପରା କରୁଥିଲେ । ମାନସିକ ଭାରସାମ୍ୟ ହରାଇଥିଲା ଝିଅ । ସମୀର ସାର୍ ଅଶାଳୀନ ମନ୍ତବ୍ୟ ଦେଉଥିବା ଝିଅ ଜଣାଇଥିଲା । ପାଠପଢ଼ା ପାଇଁ ତାଗିଦ୍ କରନ୍ତୁ କିନ୍ତୁ ସୀମା ଭିତରେ ରହି । କଲେଜର ଘଟଣା ତା'ର ସହନଶୀଳତାକୁ ଟପି ଯାଇଛି । ଝିଅର ନିରାପତାକୁ ନେଇ ସନ୍ଧିହାନ ଅଛି । ନିରାପତା ନମିଳିଲେ ହୁଏତ୍ ପାଠପଢ଼ା ବନ୍ଦ ହୋଇଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ ପୀଡ଼ିତାଙ୍କ ବାପା । ଉପସ୍ଥାନ କମ୍ ଥିବାରୁ ବିଇଡି ବିଭାଗୀୟ ମୁଖ୍ୟ ଝିଅକୁ ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ । ପରୀକ୍ଷା ନଦେବାରୁ ତା' ମାନସିକ ସ୍ଥିତି ଭଲନଥିଲା । ମୋ' ସ୍ତ୍ରୀ ଅସୁସ୍ଥ ଥିବାରୁ ଝିଅକୁ ଘରକୁ ଆଣିଥିଲି । ଝିଅ ଛୁଟିରେ ଯାଉଥିବା କଥା ମୁଁ ବିଭାଗୀୟ ମୁଖ୍ୟ ସମୀର ସାର୍ଙ୍କୁ ଜଣାଇଥିଲି । ଅଳ୍ପ ଦିନ ବ୍ୟବଧାନରେ ମୋର ବଡ଼ବାପା ଓ ଶ୍ୱଶୁରଙ୍କ ଦେହାନ୍ତ ଯୋଗୁଁ ୨୦ରୁ ୨୨ ଦିନ ଛୁଟିରେ ରହିଥିଲା ଝିଅ । ଏକଥା ମୁଁ ସମୀର ସାର୍ଙ୍କୁ ଜଣାଇଥିଲି ।
ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ପୀଡ଼ିତା ବାପାଙ୍କ ଚିଠି ଖୋଲିଲା ରହସ୍ୟ
ପରୀକ୍ଷା ନଦେବାରୁ ତା' ମାନସିକ ସ୍ଥିତି ଭଲନଥିଲା । ଝିଅକୁ ବାରମ୍ବାର ଅପମାନିତ କରାଯାଉଥିଲା । ପିଲାମାନେ ଝିଅକୁ ଟାହିଟାପରା କରୁଥିଲେ । ମାନସିକ ଭାରସାମ୍ୟ ହରାଇଥିଲା ଝିଅ । ସମୀର ସାର୍ ଅଶାଳୀନ ମନ୍ତବ୍ୟ ଦେଉଥିବା ଝିଅ ଜଣାଇଥିଲା ।
/kanak/media/media_files/2025/07/19/59ffff-2025-07-19-21-59-22.jpg)