କନକ ବ୍ୟୁରୋ: କେନ୍ଦୁଝର ଯୋଡାର ଫ୍ଲାଏ ଓଭର ନିର୍ମାଣ ଶେଷ ହୋଇଛି । ହେଲେ ଛମାସ ନ ପୁରୁଣୁ କଂକ୍ରିଟ ବାହାରି  ଫ୍ଲାଏ ଓଭର ରାସ୍ତା ଖୋଳି ହୋଇ ପଡ଼ିଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଲୋକ ଯିବା ଆସିବା କରୁଥିବା ବେଳେ ଏବେ ଏହି ରାସ୍ତା ଯେମିତି ପାଲଟିଛି ମରଣଯନ୍ତା । ଫ୍ଲାଏ ଓଭରର ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ଗର୍ତ୍ତ ସୃଷ୍ଟି ବି ହୋଇଛି । 

Advertisment

ଦୁର୍ବଳ ଫ୍ଲାଏ ଓଭରରେ ଯାନବାହାନ ଚଳାଚଳ ସମୟରେ ଭୟଭୀତ ହୋଇପଡୁଛନ୍ତି ଲୋକମାନେ । ୨୫୦ କୋଟି ଟଙ୍କା ବ୍ୟୟରେ ବହୁ ଓଜନର ଭାର ସମ୍ଭାଳି ପାରିବ ଏବଂ ଏହାର ନିର୍ମାଣରେ ଲୁହା ବିୟରିଂ ସ୍ଥାନରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି । ତେବେ ମାତ୍ର ୬ ବର୍ଷ ମଧ୍ୟରେ ଫ୍ଲାଏ ଓଭର ନିର୍ମିତ ଏହି ଫ୍ଲାଏ ଓଭରର ଅବସ୍ଥା ଯଦି ଖୁବ୍ କମ୍ ଦିନରେ ଏପରି ହୁଏ ତାହେଲେ ଏହାର ସ୍ଥାୟୀତ୍ୱ କେତେ ବର୍ଷ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । 

ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଫ୍ଲାଏ ଓଭରକୁ ଅଧାପନ୍ତରିଆ କରି ସହରର ସର୍ଭିସ ରୋଡକୁ ସମ୍ପୂର୍ଣ ନ କରି ଏହାକୁ ଉଦଘାଟନ କରି ଦିଆଗଲା । ଯାହାଫଳରେ କମ୍ ଦିନରେ କଂକ୍ରିଟ ରଡ୍ ବାହାରି ଦେଖା ଯାଉଥିବାବେଳେ ଏହାକୁ ଲୁଚାଇବା ପାଇଁ ଠିକା ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଇଛି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଫ୍ଲାଏ ଓଭର ନିର୍ମାଣ କାରୀ ଠିକା ସଂସ୍ଥା ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।