କନକବ୍ୟୁରୋ : ବଡି ଭୋରରୁ ଫୁଲ ତୋଳିବା ପଡିଲା ମହଙ୍ଗା। ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ। ବୈପାରୀଗୁଡାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡା ବୀରଖମ୍ବ ନିକଟରେ ସବୁଦିନ ଭଳି ମଞ୍ଜୁଲତା ଦାସ ଫୁଲ ତୋଳୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।
ବାଇକରେ ୩ ଜଣ ଯୁବକ ଆସି ମଞ୍ଜୁଲତାଙ୍କୁ ରାସ୍ତା ପଚାରିଥିଲେ । ଆଉ ମଉକା ମିଳିବା ମାତ୍ରେ ମଞ୍ଜୁଲତାଙ୍କ ବେକରୁ ମଙ୍ଗଳସୁତ୍ର ଛିଡାଇ ଛୁ ମାରିଥିଲେ । ଲୁଟ ମଙ୍ଗଳସୂତ୍ରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି କହିଛନ୍ତି ମଞ୍ଜୁଲତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/12/03/MSDQsdMFYj2pJblBBX64.jpg)