କନକ ବ୍ୟୁରୋ : ବଢ଼ିପାଣିରେ ଭାସିଗଲା ବାଇକ । ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ଗାଁଲୋକ । ଝାରସୁଗୁଡା ଜିଲ୍ଲା ରାଜପୁର ଚାନ୍ଦିନୀମାଲ ଠାରେ ଥିବା ପୋଲ ଉପରେ ବାଇକରେ ପାର ହେଉଥିବା ବେଳେ ଜଳସ୍ରୋତରେ ଖସିଗଲେ ବାଇକ ଆରୋହୀ । ତେବେ ବଢ଼ିପାଣିରେ ବାଇକଟି ଭାସି ଯାଇଥିବା ବେଳେ ଅଳ୍ପକେ ବର୍ତିଲେ ବାଇକ ଆରୋହୀ । ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ ଝାରସୁଗୁଡା ବେଲପାହାଡରୁ ହେମଗିରିକୁ ସଂଯୋଗ କରୁଥିବା ଚାଉଁରୀ ମହୁଲ ପୋଲ ତଳକୁ ଖସିଲା ଭାରିଯାନ କ୍ଷ ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି ପାଣି । ଭାରିଯାନଟି ପୋଲ ଅତିକ୍ରମ କରୁଥିବାବେଳେ ତଳକୁ ଖସି ପଡିଛି । ଅନ୍ୟପଟେ ପୋଲ ଉପରେ ପାଣି ଯାଉଥିବାରୁ ବେଲପାହାଡରୁ ସୁନ୍ଦରଗଡ଼ ହେମଗିରିକୁ ଯାତାୟାତ ଠପ ହୋଇଛି ।