ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ପୀଠ ବେଢାରେ ପଶିଲା ବନ୍ୟା ପାଣି

Advertisment

 ତେବେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠ ବେଢାରେ ପଶିଛି ପାଣି ।  ଗତକାଲି ରାତିରୁ ମହାନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି ।

 ତେବେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠ ବେଢାରେ ପଶିଛି ପାଣି ।  ଗତକାଲି ରାତିରୁ ମହାନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି ।

42

କନକ ବ୍ୟୁରୋ : ଭଟ୍ଟାରିକା ମନ୍ଦିରରେ ପଶିଛି ଚଳିତ ବର୍ଷର ମହାନଦୀର  ପ୍ରଥମ ବନ୍ୟା ଜଳ । ହୀରାକୁଦର ୨୦ଟି ଗେଟ ଖୋଲିବା ପରେ ମହାନଦୀର ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।  ତେବେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠ ବେଢାରେ ପଶିଛି ପାଣି ।  ଗତକାଲି ରାତିରୁ ମହାନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି ।  ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପୁଲିସ ସୁରକ୍ଷା ପ୍ରଦାନ କରାଯାଇଛି। ମନ୍ଦିର ପରିସରରେ  ନଦୀକୁ ନଯିବାକୁ ପାଇଁ ସୂଚନା ଫଳକ ଲଗାଯାଇଛି ।  ମନ୍ଦିର ସେବାୟତ ପକ୍ଷରୁ ସଜାଗ ଅଛନ୍ତି । ଯଦି ନଦୀରେ ୪ରୁ ୫ଫୁଟ ଜଳ ବଢ଼େ ତେବେ ମା ଭଟ୍ଟାରିକା ଦେବୀଙ୍କୁ ସ୍ଥାନାନ୍ତରିତ କରାଯିବ ନେଇ ପୂଜକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe