କନକ ବ୍ୟୁରୋ : ଭଟ୍ଟାରିକା ମନ୍ଦିରରେ ପଶିଛି ଚଳିତ ବର୍ଷର ମହାନଦୀର ପ୍ରଥମ ବନ୍ୟା ଜଳ । ହୀରାକୁଦର ୨୦ଟି ଗେଟ ଖୋଲିବା ପରେ ମହାନଦୀର ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠ ବେଢାରେ ପଶିଛି ପାଣି । ଗତକାଲି ରାତିରୁ ମହାନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପୁଲିସ ସୁରକ୍ଷା ପ୍ରଦାନ କରାଯାଇଛି। ମନ୍ଦିର ପରିସରରେ ନଦୀକୁ ନଯିବାକୁ ପାଇଁ ସୂଚନା ଫଳକ ଲଗାଯାଇଛି । ମନ୍ଦିର ସେବାୟତ ପକ୍ଷରୁ ସଜାଗ ଅଛନ୍ତି । ଯଦି ନଦୀରେ ୪ରୁ ୫ଫୁଟ ଜଳ ବଢ଼େ ତେବେ ମା ଭଟ୍ଟାରିକା ଦେବୀଙ୍କୁ ସ୍ଥାନାନ୍ତରିତ କରାଯିବ ନେଇ ପୂଜକ ସୂଚନା ଦେଇଛନ୍ତି ।
ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ପୀଠ ବେଢାରେ ପଶିଲା ବନ୍ୟା ପାଣି
ତେବେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠ ବେଢାରେ ପଶିଛି ପାଣି । ଗତକାଲି ରାତିରୁ ମହାନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି ।
/kanak/media/media_files/2025/07/27/42-2025-07-27-12-51-12.jpg)