କନକ ବ୍ୟୁରୋ : ଉତ୍ତର ଭାରତରେ ଜଳପ୍ରଳୟ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ବନ୍ୟା,ବର୍ଷା କାଳ । ରାଜଧାନୀ ଦିଲ୍ଲୀର ଗଳିରେ ପଶିଛି ଯମୁନା ପାଣି ସେପଟେ ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ କଥା ନକହିଲେ ଭଲ । ଗାଁଠୁ ସହର ସବୁଠି ସ୍ଥିତି ସାଘାଂତିକ । ପଞ୍ଜାବର ବନ୍ୟା ପ୍ରଭାବିତ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସେପଟେ ଦିଲ୍ଲୀ ଏନସିଆରର ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ଚାରିଆଡେ ଦେଖିଲେ ଖାଲି ପାଣି ଆଉ ପାଣି । ପଞ୍ଜାବ ଓ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଦିଲ୍ଲୀରେ ଯମୁନା ପାଣି ୨୦୨୩ର ସ୍ଥିତିକୁ ଅତିକ୍ରମ କରିଛି । କେଉଁଠି ଗାଁରେ ପାଣି ପଶିଛି ତ , କେଉଁଠି ନଇକୁଳିଆ ଲୋକ ଅସୁବିଧାରେ ଅଛନ୍ତି । ପଞ୍ଜାବରେ ବଡ ବନ୍ୟା ଦେଖିବାକୁ ମିଳିଛି । ଜାମ୍ମୁ-କାଶ୍ମୀରରେ ବି ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ସେନାକୁ ଉଦ୍ଧାର କାମରେ ଲଗାଯାଇଛି ।
ଦିଲ୍ଲୀରେ ଏଥର ବନ୍ୟା ଲୋକଙ୍କୁ ଅସହ୍ୟ ହୋଇପଡିଛି । ଯମୁନା ନଦୀ ପାଣି ଫୁଲୁଛି । ଘରେ ଘରେ ପାଣି ପଶିଛି । ୨୦୧୩ ପରେ ଯୁମନା ନଦୀର ଉଗ୍ରରୂପ ଦେଖିବାକୁ ମିଳିଛି । ପାଣି ବଢୁଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି । ଯମୁନା ବଜାର ଅଂଚଳରେ ଲଗାଯାଇଥିବା ରିଲିଫ କେନ୍ଦ୍ରରେ ବି ପାଣି ପଶିଯାଇଛି । ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ଉଦ୍ଧାର କରି ଏଠାରେ ରଖାଯାଇଥିଲା ।ପାଣି ବଢୁଥିବାରୁ ଦିଲ୍ଲୀର ତଳିଆ ଅଂଚଳ ଗୁଡିକରେ ପାଣି ପଶିଯାଇଛି । ପ୍ରଶାସନ ଲୋକଙ୍କୁ ସତର୍କ କରିଛି ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଛି । ଉଦ୍ଧାର କାମ ଜାରି ରହିଛି । ଲୋକଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି । ଜାତୀୟ ରାଜଧାନୀରେ କିଭଳି ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି । ଘରେ ଘରେ ପାଣି ପଶିଛି । ଲୋକେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି । କେନ୍ଦ୍ରୀୟ ଜଳ କମିଶନ ଆଜି ରାତିରେ ଜଳସ୍ତର ଆହୁରି ବଢିବା ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ଦୁଇଦିନ ଯାଏଁ ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।