ଟଳିଛି ବନ୍ୟା ଭୟ, ବଢ଼ିଛି ଦୁର୍ଦ୍ଦଶା: ପରିଶ୍ରମର ମୂଲ ସାଉଁଟୁଛନ୍ତି ଚାଷୀ

Advertisment

ଋଷିକୁଲ୍ୟରେ ଟଳିଛି ବନ୍ୟା ଭୟ, ବଢ଼ିଛି ଦୁର୍ଦ୍ଦଶା । ଉଜୁଡ଼ା କ୍ଷେତରୁ ପରିଶ୍ରମର ମୂଲ ସାଉଁଟୁଛନ୍ତି ଗଞାମର ଚାଷୀ । ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ । କ୍ଷତିପୂରଣ ଅପେକ୍ଷାରେ ଚାଷୀ ।

ଋଷିକୁଲ୍ୟରେ ଟଳିଛି ବନ୍ୟା ଭୟ, ବଢ଼ିଛି ଦୁର୍ଦ୍ଦଶା । ଉଜୁଡ଼ା କ୍ଷେତରୁ ପରିଶ୍ରମର ମୂଲ ସାଉଁଟୁଛନ୍ତି ଗଞାମର ଚାଷୀ । ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ । କ୍ଷତିପୂରଣ ଅପେକ୍ଷାରେ ଚାଷୀ ।

11 Ganjam Farmers

କନକ ବ୍ୟୁରୋ: ବନ୍ୟା ଟଳିଛି, ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଛି । ଉଜୁଡ଼ି ଯାଇଥିବା ସୁନାର ଫସଲ ଦେଖି ହତାଶ ଚାଷୀକୁଳ। କିପରି ପରିବାର ବଂଚିବ ଓ ଚାଷ ପାଇଁ ଆଣିଥିବା ଧାର କରଜ କେମିତି ସୁଝିବେ ସେହି ଚିନ୍ତାରେ ଏବେ ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା ତଟବର୍ତ୍ତୀ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଧରାକୋଟ ବ୍ଲକ କୁଶପଡ଼ା ନିକଟରେ ଋଷିକୂଲ୍ୟା ନଦୀବନ୍ଧ ଭାଙ୍ଗି ପାଣି ଚାଷ ଜମିରେ ମାଡ଼ିଗଲା । ଶହଶହ ହେକ୍ଟର୍ ଜମିରେ ଧାନ ସହ ପନିପରିବା ଚାଷ ନଷ୍ଟ ହୋଇଛି। ବହୁ ଜମିରେ ବାଲିଚରି ଯାଇଛି । ଧାନ ଗଛ ଭୂଇଁରେ ଲୋଟିଛି । ଏବେ ନଦୀରେ ଜଳସ୍ତର କମିଛି ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ଉଜୁଡ଼ା ଫସଲକୁ କାଦୁଅ ପଙ୍କରୁ ସାଉଁଟୁଛି। ଅନେକ ଜମିରେ ଏବେ ବି ପାଣି ରହିଛି । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷ ପାଇଁ ଆଣିଥିବା ହାତଉଦ୍ଧାରୀ କେମିତି ଶୁଝିବେ ତାକୁ ନେଇ ଚାଷୀକୁଳରେ ଭାଳେଣି ପଡ଼ିଛି ।

ଋଷିକୂଲ୍ୟା ଓ ବଡ଼ ନଦୀ କୂଳରେ ଥିବା ଗାଁଗୁଡ଼ିକ ସିଙ୍ଗିପୁର, ବ୍ରାହ୍ମଣ ଦେଇ, ନୂଆଗଡ଼, ଯାହାଡ଼ାରେ ଫସଲ ନଷ୍ଟ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ସ୍ଥାନୀୟ ତହସିଲଦାର, କୃଷି ଅଧିକାରୀ, ଉଦ୍ୟାନ ଅଧିକାରୀ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରଙ୍କ ନିୟମ ଅନୁସାରେ କ୍ଷତି ପୂରଣ ଆଶାରେ ଅଛନ୍ତି କ୍ଷତିଗ୍ରସ୍ତ ଚାଷୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe