କନକବ୍ୟୁରୋ: ଗୁଜୁରାଟରେ ଜଳପ୍ରଳୟ । ବନ୍ୟାଜନିତ କାରଣରୁ ମୃତ୍ୟ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପ୍ରାୟ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଗୁଜରାଟରେ ଗୋଟିଏ ବର୍ଷରେ ହାରାହାରି ଯେତିକି ବର୍ଷା ହୁଏ, ଏପର୍ଯ୍ୟନ୍ତ ତାଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇସାରିଲାଣି। ବଡୋଦରା, ଅହମଦାବାଦ, ସୁରଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୩ଦିନ ଧରି ଗୁଜରାଟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ କିଛିଦିନ ହେବ ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଗୁଜରାଟର ବରୋଦା, ଉଦୟପୁର, ନର୍ମଦା, ବରୁଚ ଓ ସୁରଟ ସମେତ ଏକାଧିକ ଜିଲାରେ ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସେପଟେ ସ୍ଥିତିକୁ ଦେଖି ୩ଦିନ ପାଇଁ ପ୍ରଭାବିତ ଜିଲ୍ଲାର ସ୍କୁଲକୁ ବନ୍ଦ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବାହିନୀ ନିୟୋଜିତ ହୋଇଛନ୍ତି। ବନ୍ୟା ସ୍ଥିତି ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି।
ଗୁଜୁରାଟରେ ଜଳପ୍ରଳୟ,ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ଗୁଜୁରାଟରେ ଜଳପ୍ରଳୟ । ବନ୍ୟାଜନିତ କାରଣରୁ ମୃତ୍ୟ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପ୍ରାୟ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି