କନକ ବ୍ୟୁରୋ: ବାଲେଶ୍ୱରରେ ବନ୍ୟା ବିତ୍ପାତ। ପାଣି ଘେରରେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକ । ତିନି ବ୍ଲକର ୩୫ ପଞ୍ଚାୟତର ଲକ୍ଷାଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଶତାଧିକ ଗାଁକୁ ମାଡ଼ି ଯାଇଛି ବନ୍ୟା ପାଣି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି। ଗାଁ ଭିତରେ ପାଣି ପଶିଯିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି । ଗାଁରେ ଚାଲୁଛି ଡଙ୍ଗା । ଆଶ୍ରୟସ୍ଥଳରେ ଲୋକେ ମୁଣ୍ଡ ଗୁଞ୍ଜୁଛନ୍ତି । ବିଭିନ୍ନ ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଇ ନଦୀ ବନ୍ଧ ମରାମତି କରାଯାଇଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିଲେ ବି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ଏବେ ଜଳସ୍ତର ୧୦.୮୦ ମିଟରରେ ପ୍ରବାହିତ ହେଉଛି ।
ବାଲେଶ୍ୱରରେ ବନ୍ୟା ବିତ୍ପାତ । ପାଣି ଘେରରେ ୩ ବ୍ଲକର ଲକ୍ଷାଧିକ ଲୋକ ।
ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । ଗାଁରେ ଚାଲୁଛି ଡଙ୍ଗା, ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜୁଛନ୍ତି ଲୋକେ । ଏବେ ବି ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ।