କନକବ୍ୟୁରୋ : ଆତଙ୍କବାଦୀ ଆକ୍ରମଣରେ ଚିତ୍କାର କରୁଥିବା କାଶ୍ମୀର ଛାତି ପୁଣି ଥରହର । ଏଥରକ କୌଣସି ରକ୍ତର ବୋହିନି ବରଂ ମୂଷଳ ଧାରା ବର୍ଷା ପାଣିରେ ଭାସୁଛି ଜମ୍ମୁ କାଶ୍ମୀରର ଅଧିକାଂଶ ଜିଲ୍ଲା । ଡୋଡା, କଠୁଆ, କିସ୍ତୱାଡ, ଜମ୍ମୁ ସହ ବିଭିନ୍ନ ଜିଲ୍ଲାକୁ ମାଡି ଆସିଛି ଭୟଙ୍କର ବିପଦ । ଏଭଳି ଦୃଶ୍ୟ ପ୍ରାୟତଃ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ଦେଖିବାକୁ ମିଳୁଥିବାବେଳେ ଏବେ ସମାନ ଦୃଶ୍ୟ ଦେଶର ଭୂସ୍ବର୍ଗ ବୋଲାଉଥିବା କାଶ୍ମୀରରେ ସୃଷ୍ଟି ହୋଇଛି । ବିଗତ ୨୭ବର୍ଷର ରେକର୍ଡ ଭାଙ୍ଗିଛି ଚଳିତବର୍ଷର ବର୍ଷା । କେଉଁଠି ପୋଲ ଭାଙ୍ଗିଛି ତ ପୁଣି କେଉଁଠି ଘରଦ୍ବାର ଭାସୁଛି ।
ପାହାଡ ଉପରୁ ଖସୁଛି ଆତଙ୍କ, ସେପଟେ ରାସ୍ତାକୁ ଅବରୋଧ କରି ରଖିଛି ବଡ଼ ବଡ଼ ପଥର ଖଣ୍ଡ । କେଉଁଠି ପ୍ରଖରସ୍ରୋତରେ ବୋହୁଛି ବନ୍ୟାପାଣି ତ ପୁଣି କେଉଁଠି ବର୍ଷା ପାଣିରେ ବୁଡ଼ି ରହିଛି ପୂରା ଗାଁ , ସେପଟେ ରାଜସ୍ଥାନ କଥା ନକହିଲେ ଭଲ । ଗାଁଠୁ ସହର ସବୁଠି ପଶିଛି ବର୍ଷା ପାଣି । ଜଳବନ୍ଦୀ ଲୋକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରୁଛି ଏନ୍ଡିଆର୍ଏଫ୍ ଟିମ । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ସହ ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ଓ ଲଘୁଚାପ ବର୍ଷାର ଡବଲ ମାଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି