କମୁଛି ବନ୍ୟା, ବଢୁଛି ଦୁର୍ଦ୍ଦଶା : ସୁବର୍ଣ୍ଣରେଖା, ବୈତରଣୀରେ ଜଳସ୍ତର ଖସିଥିଲେ ବି କମିନି ଭୟ

କମୁଛି ବନ୍ୟା, କିନ୍ତୁ କମିନି ଦୁର୍ଦ୍ଦଶା। ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ଖସିଥିଲେ ବି କମିନି ଭୟ। ଏବେବି ପାଣି ଘେରରେ ହଜାର ହଜାର ଲୋକ ରହିଛନ୍ତି ।

flood

Photograph: (kanaknews)

କନକବ୍ୟୁରୋ : କମୁଛି ବନ୍ୟା, କିନ୍ତୁ କମିନି ଦୁର୍ଦ୍ଦଶା। ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ଖସିଥିଲେ ବି କମିନି ଭୟ। ଏବେବି ପାଣି ଘେରରେ ହଜାର ହଜାର ଲୋକ ରହିଛନ୍ତି । ବାଲେଶ୍ବର ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ ଓ ଜଳେଶ୍ବରରେ ୫୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛନ୍ତି  ।  ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟା ଜଳ । ଘର ଭିତରେ ପାଣି ପଶିଯାଇଛି। ଅଙ୍ଗନବାଡି କେନ୍ଦ୍ରଠୁ ଆରମ୍ଭ କରି ସ୍କୁଲ, ରାସ୍ତା ଘାଟ ସବୁ ପାଣି ଘେରରେ ରହିଛି ।  ଗାଁ ବାହାରକୁ ବାହାରିଲେ ଚାଷ ଜମି ନଈର ଭ୍ରମ ସୃଷ୍ଟି କରୁଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣି ଭିତରେ ଲୁଚି ଯାଇଛି ।

ସେପଟେ ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣୀ ନଦୀ ଅହିୟାସ ଦରଘା ଠାରେ ୧୭୦ ଘାଇ ମୁହଁ ଦେଇ  ପ୍ରବାହିତ ବନ୍ୟା ଜଳ ହ୍ରାସ ପାଇଛି । କିନ୍ତୁ ବିପନ୍ନଙ୍କ ଦୁର୍ଦଶା ବଢିଯାଇଛି। ବଢ଼ି ପାଣିରେ କାହାର ଗାଈ ଭାସିଯାଇଛି ତ କାହାର ମୋଟର ଗାଡି, ଟଙ୍କା, ଦରକାରୀ କାଗଜପତ୍ର, ଅନ୍ୟାନ୍ୟ ଆସବାବପାତ୍ର ଭାସିଯାଇଛି ।  ପାଣି କମିଥିବାବେଳେ ଏବେ ଘର ଭିତରେ ଧୋରା ବାଲି ଅଲିଆ ଆବର୍ଜନା ପସିରହିଛି ।

ଦୋକାନରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଦୋକାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏବେବି ଅନେକ ସ୍ଥାନରେ ରାସ୍ତା ଉପରେ ୧ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଦଶରଥପୁର ବ୍ଲକର ୧୯ ଟି ପଞ୍ଚାୟତର ବନ୍ୟାରେ ପ୍ରବାହିତ ହୋଇଛି। ୫ ହାଜରରୁ ଅଧିକ ଚାଷ ଜମିରେ ୩ ଦିନ ହେବ ବନ୍ୟା ଜଳ ଜମି ରହିଥିବାରୁ ହୋଇଥିବା ଧାନ ନଷ୍ଟ ହୋଇଯିବା ଆଶଙ୍କା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe