କନକବ୍ୟୁରୋ:ଗୁଜୁରାଟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଉପୁଜୁଛି । ଏହାଫଳରେ ଚାରିଆଡେ ବନ୍ୟା ପରିସ୍ଥିତି ଦେଖାଦେବା ସହ ଚାରିଆଡେ ପାଣି ହୋଇଥିବା ଦେଖାଦେଇଛି । ପ୍ରବଳ ବର୍ଷା ଲାଗିରହିଥିବାରୁ ୨ ଦିନରେ ୨୯ ଜଣଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସୌରାଷ୍ଟ ଓ କଚ୍ଚ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଗତ ୨ ଦିନ ହେବ ଲଗାଣ ବର୍ଷା ଲାଗିରହିଛି ଯାହା ଫଳରେ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟ ର ୧୮ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଦ୍ୱାରିକା ଆନନ୍ଦ ବୋରାଦା ରାଜକୋଟ ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।
ଆସନ୍ତା ୫ ଦିନ ଯାଏଁ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଇଏମଡି ବିଭାଗ ପକ୍ଷରୁ ରେଡ ଆର୍ଲଟ ଜାରି କରିବା ସହ ଭାରତୀୟ ପାଣି ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଯାଏଁ ଅତି ପ୍ରବଳ ବର୍ଷା ନେଇ ଆଇଏମଡି ବିଭାଗ ପକ୍ଷରୁ ଆର୍ଲଟ କରାଯାଇଥିବା ବେଳେ ଗୁଜୁରାଟର ବରୋଦା , ଉଦୟପୁର , ନର୍ମଦା , ବରୁଚ ଓ ସୁରଟ ସମତେ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆର୍ଲଟ ଜାରି କରାଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/i7SHOPGMzYb2EVgTwDhT.jpg)