କନକ ବ୍ୟୁରୋ:   କଲବଲ କରୁଛି ସାଳନ୍ଦୀ ବନ୍ୟା । ଭଦ୍ରକ ଜିଲ୍ଳାରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ଏବେ ସାଳନ୍ଦୀ ନଦୀରେ ବନ୍ୟା ପ୍ରକୋପ ଦେଖାଦେଇଛି l ସାଳନ୍ଦୀ ନଦୀର ଉପରମୁଣ୍ଡ ହଦଗଡ଼ ଜଳ ଭଣ୍ଡାରରୁ ଜଳ ଛାଡିବା ଯୋଗୁଁ ସାଳନ୍ଦୀ ନଦୀର ନିମ୍ନ ଅବବାହିକାରେ ବନ୍ୟା ପରିସ୍ଥିତି ଉପୁଜିଛି l ଭଦ୍ରକ ବ୍ଲକ ବେନ୍ତାଳ ଖଣ୍ଡତଡା ଓ ଆଖପାଖ ପଞ୍ଚାୟତରେ ବନ୍ୟା ଜଳ ପଶିଛି ।

Advertisment

ଫଳରେ ୫୦ରୁ ଅଧିକ ପରିବାର ପାଣି ଘେରରେ ଅଛନ୍ତି l ଏହି ଅବାବାହିକାରେ ଥିବା ସ୍ଲୁଇସ ଗେଟ୍‌ ଗୁଡିକୁ ଖୋଲା ଯାଇନଥିବାରୁ ବନ୍ୟା ଜଳ ନଦୀବନ୍ଧ ଡେଇଁ ଗାଁରେ ପଶିଛି l ରାତିରେ ହଠାତ ବନ୍ୟା ପାଣି ମାଡି ଆସିବାରୁ ଲୋକେ ଜଳବନ୍ଦୀ ହୋଇଛନ୍ତି l ଅନ୍ୟପକ୍ଷରେ ସାଳନ୍ଦୀ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ସୂଚନା ଦିଆନଯାଇ ହଠାତ ଡ୍ୟାମରୁ ପାଣି ଛାଡିଦେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ବାସିନ୍ଦା ।