କନକ ବ୍ୟୁରୋ: ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଉଛୁଳୁଛି ବୈତରଣୀ ଓ ସୁବର୍ଣ୍ଣରେଖା । କାଣୀ ନଦୀରେ ୧୫୦ଫୁଟର ଘାଇ ଯୋଗୁଁ ଯାଜପୁର ଭଦ୍ରକରେ ଭୀଷଣ ବନ୍ୟା ସ୍ଥିତି  ।  ଉତ୍ତର ଓଡିଶାରେ ୨ଜିଲ୍ଲାର ୧୭୬ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ହୋଇ ଅଛନ୍ତି  । ଯାଜପୁର ଦଶରଥପୁରରେ କାଣୀ ନଦୀରେ ବଡ ଘାଇ ସୃଷ୍ଟି ହେବା ଫଳରେ ସ୍ଥିତି ଭୟଙ୍କର ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ତେବେ ଦଶରଥପୁରରେ ରାତିରେ କିପରି ରହିଥିଲା ସ୍ଥିତି ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

Advertisment

ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ପାଣି କମୁଥିଲେ ବି ରାଜଘାଟ ନିକଟରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଳକର ୬ ଟି ପଞ୍ଚାୟତର ୧୫ ରୁ ଅଧିକ ଗାଁରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଲକର କୁମ୍ଭୀରଗଡି, ଖରିଦ ପିପଲ, ନାଛିଣ୍ଡା, ଗବ ଗାଁ, କୁସୁଡା, ଆରୁହାବର୍ତ୍ତୀ ଇତ୍ୟାଦି ପଞ୍ଚାୟତର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି ଗାଁ ଲୋକେ  । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀ ଜଳ ବନ୍ଦୀ ହୋଇଥିବା ବେଳେ ନଦୀବନ୍ଧ ଭିତର ପଟ ତଳିଆ ପଞ୍ଚାୟତ ଗବ ଗାଁ, କୁସୁଡା, ଖରିଦ ପିପଳ, ନାଛିଣ୍ଡା ଓ କୁସୁଡା ଇତ୍ୟାଦି ପଞ୍ଚାୟତ ଜଳବନ୍ଦୀ ହୋଇ ରହିଛି ।