ପଞ୍ଜାବରେ ବନ୍ୟା ସ୍ଥିତି ସଙ୍ଗିନ,  ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ

Advertisment

ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ

ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ

ପଞ୍ଜାବରେ କେନ୍ଦ୍ର କୃଷିମନ୍ତ୍ରୀ

ପଞ୍ଜାବରେ କେନ୍ଦ୍ର କୃଷିମନ୍ତ୍ରୀ Photograph: (KanakNews)

କନକ ବ୍ୟୁରୋ:  ପଞ୍ଜାବର ବନ୍ୟାଞ୍ଚଳରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ପଞ୍ଜାବର ଅମୃତସର, ଗୁରୁଦାସପୁର, କପୁରତାଲା ଆଦି ଜିଲ୍ଲାର ବନ୍ୟାଞ୍ଚଳକୁ ଯାଇ ଶିବରାଜ ବନ୍ୟାବିପନ୍ନଙ୍କୁ ଭେଟିବା ସହ ବନ୍ୟାପାଣିରେ ପଶି ଫସଲ କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷତିଗ୍ରସ୍ତ କୃଷକମାନେ ତାଙ୍କୁ ନଷ୍ଟ ହୋଇଥିବା ଫସଲ ଦେଖାଇଥିଲେ ।

ଏହାପରେ ଶିବରାଜ ସରକାରୀ ଅଧିକାରୀ ଓ ପଞ୍ଜାବର ରାଜ୍ୟପାଳ ଗୁଲାବ ଚାନ୍ଦ କାଟିଆରିଆଙ୍କ ସହ ଆଲୋଚନା କରିଥିଲେ । ଶିବରାଜଙ୍କୁ ରାଜ୍ୟପାଳ ପଞ୍ଜାବର ୫ଟି ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ଆବଶ୍ୟକ ସହାୟତା ପ୍ରଦାନ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe