କନକ ବ୍ୟୁରୋ: ପଞ୍ଜାବର ବନ୍ୟାଞ୍ଚଳରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ପଞ୍ଜାବର ଅମୃତସର, ଗୁରୁଦାସପୁର, କପୁରତାଲା ଆଦି ଜିଲ୍ଲାର ବନ୍ୟାଞ୍ଚଳକୁ ଯାଇ ଶିବରାଜ ବନ୍ୟାବିପନ୍ନଙ୍କୁ ଭେଟିବା ସହ ବନ୍ୟାପାଣିରେ ପଶି ଫସଲ କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷତିଗ୍ରସ୍ତ କୃଷକମାନେ ତାଙ୍କୁ ନଷ୍ଟ ହୋଇଥିବା ଫସଲ ଦେଖାଇଥିଲେ ।
ଏହାପରେ ଶିବରାଜ ସରକାରୀ ଅଧିକାରୀ ଓ ପଞ୍ଜାବର ରାଜ୍ୟପାଳ ଗୁଲାବ ଚାନ୍ଦ କାଟିଆରିଆଙ୍କ ସହ ଆଲୋଚନା କରିଥିଲେ । ଶିବରାଜଙ୍କୁ ରାଜ୍ୟପାଳ ପଞ୍ଜାବର ୫ଟି ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ଆବଶ୍ୟକ ସହାୟତା ପ୍ରଦାନ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରତିଶ୍ରୁତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/04/punjab-2025-09-04-20-40-11.jpg)