ଫୁଲୁଛି ସୁବର୍ଣ୍ଣରେଖା । ବାଲେଶ୍ୱର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

Advertisment

ଫୁଲୁଛି ସୁବର୍ଣ୍ଣରେଖା । ଆସନ୍ତାକାଲି ବାଲିଆପାଳ, ବସ୍ତା ଓ ଭୋଗରାଇରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପିକରେ ପହଞ୍ଚିବ ରାଜଘାଟରେ ଜଳସ୍ତର ।

ଫୁଲୁଛି ସୁବର୍ଣ୍ଣରେଖା । ଆସନ୍ତାକାଲି ବାଲିଆପାଳ, ବସ୍ତା ଓ ଭୋଗରାଇରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପିକରେ ପହଞ୍ଚିବ ରାଜଘାଟରେ ଜଳସ୍ତର ।

Subarnarekha

କନକ ବ୍ୟୁରୋ : ଫୁଲୁଛି ସୁବର୍ଣ୍ଣରେଖା । ଆସନ୍ତାକାଲି ବାଲିଆପାଳ, ବସ୍ତା ଓ ଭୋଗରାଇରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପିକରେ ପହଞ୍ଚିବ ରାଜଘାଟରେ ଜଳସ୍ତର । ଏବେ ବିପଦ ସଙ୍କେତ ଉପରେ ରହିଛି । ରାଜଘାଟରେ ବିପଦ ସଙ୍କେତ ୧୦ ଦଶମିକ ୩୬ ଥିବାବେଳେ ଦିନ ୧୧ ଟା ସୁଦ୍ଧା ୧୦ ଦଶମିକ ୪୪ରେ ପହଞ୍ଚିଛି ।  ଆଗକୁ ଜଳସ୍ତର ବୃଦ୍ଧିପାଇ ୧୦ ଦଶମିକ ୯୫ ପହଞ୍ଚିବା ଆକଳନ କରାଯାଇଛି।  

ଜମସୋଳାଘାଟରେ ମଧ୍ୟ ଜଳସ୍ତର ବଢୁଛି । ବନ୍ୟାକୁ ନେଇ ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ସଜାଗ ଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଜଳ ସମ୍ପଦ ଅଧିକାରୀ ରାତିରେ କ୍ଷେତ୍ର ପରିଦର୍ଶନ କରିବେ। ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବୈତରଣୀରେ ବନ୍ୟା ସ୍ଥିତି ଟଳି ଯାଇଥିବା ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe