କନକ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଛି । ଉତ୍ତର ଭାରତ ସମେତ ମୁମ୍ବାଇ ଓ କର୍ଣ୍ଣାଟକରେ ବର୍ଷା ପାଇଁ ସହରରେ ଟ୍ରାଫିକ ପ୍ରଭାବିତ ହୋଇଛି । ଆଜି ସକାଳୁ ନଭି ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଏପିଏମସି ବା ଆଗ୍ରିକଲଚରାଲ ପ୍ରୋଡ୍ୟୁସ ମାର୍କେଟ କମିଟିର ପରିବା ବଜାର ଜଳମଗ୍ନ ରହିଛି । ରାସ୍ତା ଏବଂ ବଜାରରେ ପାଣି ପଶିବା ଫଳରେ ବ୍ୟବସାୟୀ, ଓ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କର୍ଣ୍ଣାଟକର ହୁବଲୀ ସହରରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ହୁବଲୀ ସମେତ କର୍ଣ୍ଣାଟକର ଅନେକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମ୍ଡି । ଆଗାମୀ ଦିନରେ ପ୍ରବଳ ବର୍ଷା ସହ ପବନର ସମ୍ଭାବନା ରହିଛି । ଏପଟେ ଉତ୍ତର ପ୍ରଦେଶର ମୋରାଦାବାଦ ଜିଲ୍ଲାରେ ଗଙ୍ଗା ଓ ରାମଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ପାଇଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ମୋରାଦାବାଦର ଅନେକ ଗାଁ ଜଳମଗ୍ନ ରହିଛି । ଉତ୍ତରପ୍ରଦେଶ କନୌଜରେ ବନ୍ୟା ପରିସ୍ଥିତି । କନୌଜ ଜିଲ୍ଲାରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି । ଲଗାଣ ବର୍ଷା ଓ ଡ୍ୟାମରୁ ବର୍ଷାପାଣି ଛଡ଼ାଯିବା ଫଳରେ ଜଳସ୍ତର ବୃଦ୍ଧି ପାଇଛି ।
ବର୍ଷାରେ ବେହାଲ ସାରା ଭାରତ: ଉତ୍ତର ପ୍ରଦେଶ କନୌଜରେ ବନ୍ୟା ସ୍ଥିତି, ବଢୁଛି ଗଙ୍ଗାନଦୀର ଜଳ ସ୍ତର
ବର୍ଷା ଯୋଗୁଁ ଏପିଏମସି ବା ଆଗ୍ରିକଲଚରାଲ ପ୍ରୋଡ୍ୟୁସ ମାର୍କେଟ କମିଟିର ପରିବା ବଜାର ଜଳମଗ୍ନ ରହିଛି । ରାସ୍ତା ଏବଂ ବଜାରରେ ପାଣି ପଶିବା ଫଳରେ ବ୍ୟବସାୟୀ, ଓ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କର୍ଣ୍ଣାଟକର ହୁବଲୀ ସହରରେ ପ୍ରବଳ ବର୍ଷା ଜାରି ରହିଛି ।
/kanak/media/media_files/2025/08/18/48-2025-08-18-14-49-16.jpg)