ପ୍ରବଳ ବର୍ଷାରେ ଅଧା ଉତ୍ତର ଓଡିଶା ଉବୁଟୁବୁ ; ବାଲିଆପାଳ, ବସ୍ତା ଓ ଭୋଗରାଇରେ ବନ୍ୟା ସ୍ଥିତି

ପ୍ରବଳ ବର୍ଷା ଆଣିଲା ଉତ୍ତର ଓଡ଼ିଶାରେ ବନ୍ୟା  । ବଢୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଟପିବା ସମ୍ଭାବନା । ବାଲିଆପାଳ, ବସ୍ତା ଓ ଭୋଗରାଇରେ ଆସିପାରେ ବନ୍ୟା । ଗାଁ ପରେ ଗାଁ ଡେଇଁ ଆଗକୁ ମାଡୁଛି ପାଣି  । ଚୁଲି ଜଳୁନି, ପାଠ ପଢ଼ା ବନ୍ଦ  । 

34 - Copy

କନକ ବ୍ୟୁରୋ: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଲଘୁଚାପ ପ୍ରଭାବରେ ସୁବର୍ଣ୍ଣରେଖାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରାଜଘାଟରେ ଜଳସ୍ତର ବଢି ୧୦.୩୬ ମିଟର ରହିଛି।  ସକାଳ ୬ ଟା ସୁଦ୍ଧା ଜଳସ୍ତର ୧୦.୨୦ ମିଟର ରେ ପ୍ରବାହିତ ହେଉଛି ଜଳସ୍ତର । ପ୍ରତି ୩ ଘଣ୍ଟାରେ ୦.୦୧ ମିଟର ବୃଦ୍ଧି ପାଉଛି ନଦୀର ଜଳସ୍ତର। ପାଣି ବଢୁଥିବାରୁ ଜଳେଶ୍ଵର, ବସ୍ତା, ବାଲିଆପାଳ ଏବଂ ଭୋଗରାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 

ବର୍ତ୍ତମାନ ସୁଦ୍ଧା ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବିଷ୍ଣୁପୁର ଚଟାଣରେ ୨ ଫୁଟ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ‌ ଚୈଧୁରୀ କୁଦ ରାସ୍ତା ଉପରେ ଏକ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି,ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୩ ଦିନ ଧରି ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ଲାଗି ରହିଛି ବର୍ଷା । ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ସଦର ବ୍ଲକ ସହ ରେମୁଣା, ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇରେ ବର୍ଷା ଜଳ ପ୍ରବାହିତ ହେବା ସହ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।  ସେହିପରି ମୟୂରଭଞ୍ଜରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 

ବର୍ଷା ଯୋଗୁଁ ଜିଲ୍ଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜମ୍ଭୀରା ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟରେ ଥିବା ଜଳାଶୟ ଓ ପ୍ରବାହିତ ନଦୀ ବି ଫୁଲୁଛି ।  ଖଇରୀ, ବୁଢ଼ାବଳଙ୍ଗ, ୱେଷ୍ଟ ଦେଓ, ସାଳନ୍ଦୀ, ସଞ୍ଜ, ଠକଠକି, ଖଡ଼ଖାଇ,ପଳପଳା, ଗଙ୍ଗାହାର ଆଦି ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗୁଡୁଗୁଡିଆ ଠାରେ ଖାଇରୀଭାଣ୍ଡନ ନଦୀ ପୋଲ ଉପରେ ୨ ଫୁଟ  ପାଣି ପ୍ରବାହିତ ହେଉଛି । ତେଣୁ ନଦୀ ଉପକୂଳର୍ବୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ କଚ୍ଚା ଘରେ ନରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe