କନକ ବ୍ୟୁରୋ: ପୁଣି ଫୁଲୁଛି ବୈତରଣୀ । ଆଖୁଆପଦା ନିକଟରେ ଜଳସ୍ତର ବଢିବାରେ ଲାଗିଛି । ଏଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଆଖୁଆପଦାରେ ବିପଦ ସଙ୍କେତ ୧୮ ଦଶମିକ ୩୩ ମିଟର ରହିଥିବା ବେଳେ ସତର୍କ ସଙ୍କେତ ୧୭ ଦଶମିକ ୮୩ ମିଟର ରହିଛି । ବର୍ତ୍ତମାନ ଏଠାରେ ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ୧୮ ଦଶମିକ ୦୫ ମିଟର ଉପରେ ପ୍ରବାହିତ ହେଉଛି ବୈତରଣୀ । ଲଗାଣ ବର୍ଷା ଫଳରେ ଜଳସ୍ତର ବଢୁଥିବା ବେଳେ ନଦୀକୂଳିଆ ଲୋକ ଭୟଭୀତ ହୋଇଛନ୍ତି ।
ସେପଟେ ଧସିଲା ବୈତରଣୀ ନଦୀ ବନ୍ଧ, ନୂଆପାଟଣା ଗାଁ ନିଜାମପୁର ପଂଚାୟତରେ ନିର୍ମାଣଧୀନ ପୋଲ ନିକଟରେ ୨୦ରୁ ୩୦ ଫୁଟ ଆଡି ବନ୍ଧ ଧସିଥିବା ସୂଚନା ମିଳିଛି । ଜଳସମ୍ପଦ ଅଧିକାରୀ ଏବଂ ଆରଏଣ୍ଡବି ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି । ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ ଅଛନ୍ତି । ରାତିରେ ବାଲି ବସ୍ତା ପକାଇ ଘାଇ ମରାମତି କରିବାକୁ ଚେଷ୍ଟା କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ତହସିଲଦାର ରଶ୍ମିରଂଜନ ମଲିକ, ମଙ୍ଗଳପୁର ଆଇଆଇସି ଜଗଦୀଶ କର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।