ଆନ୍ଧ୍ର ଓ ତେଲେଙ୍ଗାନାରେ ଅସମ୍ଭାଳ ବନ୍ୟା ସ୍ଥିତି । ଉଭୟ ରାଜ୍ୟ ସରକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ତେଲେଙ୍ଗାନାରେ ସ୍ଥିତି ଅସମ୍ଭାଳ ଲଗାଣବର୍ଷା ପରେ ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ଗାଁଠୁ ସହର ସବୁକିଛି ବନ୍ୟା ପାଣିରେ ଭାସୁଛି। ବନ୍ୟା ପାଣିର ପ୍ରଭାବରେ ରେଳଲାଇନ ଧୋଇଯିବା ପରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ସେପଟେ ଖମ୍ମନ ଜିଲ୍ଲାର ଅଧୀକାଂଶ ସହର ରାସ୍ତା ବନ୍ୟା ପାଣିରେ ଧୋଇଯିବା ସହ ସଡକପଥରେ ଯାତାୟତ ମଧ୍ୟ ବେଶ ବାଧାପ୍ରାପ୍ତ ହୋଇଛି ।

329

କନକ ବ୍ୟୁରୋ : ଘର ଭିତରେ ପାଣି ।କେଉଁଠି ରାସ୍ତା ଅଛି, କେଉଁଠି ଘର ଅଛି କିଛି ବି ଜଣାଯାଉନି । ନଜର ଯୁଆଡେ ଯାଉଛି ସେଟି କେବଳ ପାଣି ହିଁ ପାଣି । ସେପଟେ ସ୍ଥିତି ପରଖିବାକୁ ବନ୍ୟାପ୍ରଭାବିତ  ଅଂଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । କ୍ରେନ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଇ ଚନ୍ଦ୍ରବାବୁ ବନ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ସ୍ଥାନୀୟ ବାସିନ୍ଦାଙ୍କଠୁ ସମସ୍ୟା ପଚାରିବୁଝିଛନ୍ତି । ବନ୍ୟାପାଣିରେ ଫସିରହିଥିବା ଲୋକଙ୍କୁ ଏନଡିଆରଏଫ ଟିମ ସୁରକ୍ଷିତ ଉଦ୍ଧାର କରି ଆଶ୍ରୟ ଶିବିରରେ ଥଇଥାନ କରିଛି ।  

ତେଲେଙ୍ଗାନାରେ ସ୍ଥିତି ଅସମ୍ଭାଳ ଲଗାଣବର୍ଷା ପରେ ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ଗାଁଠୁ ସହର ସବୁକିଛି ବନ୍ୟା ପାଣିରେ ଭାସୁଛି। ବନ୍ୟା ପାଣିର ପ୍ରଭାବରେ ରେଳଲାଇନ ଧୋଇଯିବା ପରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ସେପଟେ ଖମ୍ମନ ଜିଲ୍ଲାର ଅଧୀକାଂଶ ସହର ରାସ୍ତା ବନ୍ୟା ପାଣିରେ ଧୋଇଯିବା ସହ ସଡକପଥରେ ଯାତାୟତ ମଧ୍ୟ ବେଶ ବାଧାପ୍ରାପ୍ତ ହୋଇଛି । ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଉଚ୍ଚସ୍ତରୀୟ ବୈଠକ କରିବା ସହ ବନ୍ୟା ମୁକାବିଲା ପାଇଁ ଆବଶକୀୟ ପଦକ୍ଷେପ ଉଠାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟ ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମୀକ୍ଷା କରି ସମସ୍ତ ସାହାଯ୍ୟ ସହଯୋଗର ଆଶ୍ବସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe