କନକ ବ୍ୟୁରୋ: ମାଲକାନଗିରି ମୋଟୁ ଅଞ୍ଚଳକୁ ଡରାଉଛି ଗୋଦାବରୀ ନଈ । ତେଲେଙ୍ଗାନାରେ ଗୋଦାବରୀ ନଈ ବିପଦ ସଙ୍କେତ ଯେତେ ବଢ଼ୁଛି । ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଭୟ ସେତିକି ବଢ଼ୁଛି । ତେଲେଙ୍ଗାନା ସ୍ଥିତ ଭଦ୍ରାଚଲମ୍‌ ଠାରେ ୨ନଂ ବିପଦ ସଙ୍କେତ ଜାରି ହୋଇଛି । ସନ୍ଧ୍ୟା ସୁଦ୍ଧା ୩ନଂ ବିପଦ ସଙ୍କେତ ଜାରି ହେବା ନେଇ ପୂର୍ବାନୁମାନ କରାଯାଇଛି । ଆଉ ତେଲେଙ୍ଗାନାରେ ଗୋଦାବରୀର କରାଳ ରୂପ ଦେଖି ଆତଙ୍କିତ ଓଡ଼ିଶାବାସୀ।